STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Tragedy

ଆହାଃ

ଆହାଃ

1 min
13.3K


ପିଲାଟିଏ ଦିନେ ଛିଣ୍ଡା ଅଖାଟିଏ ଧରିକି

ଅଳିଆଗଦାରୁ ଗୋଟୋଉଥିଲା ସେ ଜରିକି

ପେଏଁଣ୍ଟ ଖଣ୍ଡିକ ଚିରାଫଟା ଖାଲି ମଳିଆ

ଦେହଟା ତାହାର ଧୂଳି ଧୂଷରିତ କାଳିଆ

ପେଟ ତା’ ଲାଗିଚି ପିଠିରେ ପଡ଼ିନି ଆହାର

ହାଡ଼ ଗୋଟିଗୋଟି ଗଣି ହେଉଅଛି ତାହାର

ଆଖିରେ ଲେନ୍ଧୁଆ ମୁହଁଟା ଦିଶୁଚି ଶୁଖିଲା

ମାସମାସ ଧରି ସତେ କି ରହିଚି ଭୋକିଲା

ପାଦ ଟେକିବାକୁ ବଳ ନାହିଁ ଦେହରେ

ଛାତି ତା’ର ଭରା ବେଦନା ବହୁଳ କୋହରେ

ମଇଳା ଗଦାରେ ସେ ସେମିତି ନଇଁନଇଁକି

ଜରି ଖୋଜୁଥିଲା ମୁଠେ ଭାତ ପେଟ ପାଇଁ କି

ସେ କେବେ ଦେଖିନି ଦିନେ ବି ସୁଖର ସପନ

ମଇଳା ଗଦାରେ ସରିଯାଏ ତା’ର ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics