STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

1 min
511


ଆହା ମୋ ନନ୍ଦ କୋଳେ ଗୋବିନ୍ଦ

ଉଇଁ ଆସିଛି କି ଆଜି ପୂର୍ଣ୍ଣମୀର ଚାନ୍ଦ ।


ପୂର୍ଣ୍ଣମୀର ଚାନ୍ଦ ଦେହେ ଲାଗିଛି କଳଙ୍କ 

ନନ୍ଦ କୋଳେ ଏ ଚନ୍ଦ୍ରମା ଦିଶେ ନିଷ୍କଳଙ୍କ ।


କୌମୁଦୀ ଆସୁଛି ଝରି ଚନ୍ଦ୍ର ମଣ୍ଡଳରୁ 

ଖିଲି ଖିଲି ହସ ଆସେ ଗୋବିନ୍ଦ ମୁଖରୁ ।


କି ମଧୁର ଲାଗେ ହସ ମୁଖ କି ମଧୁର 

ଅଧର ମଧୁର ତାର ନୟନ ମଧୁର ।


କୁଞ୍ଚିତ କେଶ ମଧୁର ବିଶାଳ ନୟନ 

କେଡେ ଶୋଭାବନ ଦିଶେ ଶ୍ୟାମ ଅପଘନ ।


କପାଳରେ ଶୋଭାପାଏ କସ୍ତୁରୀ ଚନ୍ଦନ 

ବକ୍ଷଦେଶେ କଉସ୍ତୁଭ ମଣି ଚଳମାନ ।


ମୁକୁତା ଝଳି ଦିଶୁଛି ନାସିକା ଅଗ୍ରରେ 

ବେଣୁଧର ବେଣୁ ଧରିଛନ୍ତି ସ୍ୱହସ୍ତରେ ।


ସର୍ବାଙ୍ଗେ ହରିଚନ୍ଦନ ହୋଇ ବୋଳାବୋଳି 

କଣ୍ଠରେ ଶୋଭା ପାଉଛି ମୁକୁତାର ମାଳି ।


ଗୋପାଙ୍ଗନା ବେଢିଛନ୍ତି ଚଉ ପାରୁଶରେ 

ଗୋବିନ୍ଦ ପାଆନ୍ତି ଶୋଭା ନନ୍ଦଙ୍କ କୋଳରେ ।


କଳା ଟୋପାଏ ଲାଗିଛି ଗୋବିନ୍ଦ କପାଳେ

ଦୃଷ୍ଟି ପଡିଯିବ କାର ଯଶୋମତୀ ଭାଳେ  ।


ନନ୍ଦର ଆନନ୍ଦ ଆଜି କେ ପାରିବ କହି

ଅପୁଆ ଘରେ ଏ ପୁଅ ପଶିଛି ଧସାଇ ।


ବଡଭାଇ ବଳରାମ ଆଗୁଁ ଆସିଛନ୍ତି 

ଧଳା କଳା ବେନିଭାଇ କି ଶୋଭା ଦିଶନ୍ତି ।


ଆସ ଆମେ ଗୋପବାସୀ ନନ୍ଦଘର ଯିବା 

ରାମ କୃଷ୍ଣ ବେନି ଭାଇ ନୟନେ ଦେଖିବା ।


ନନ୍ଦ ଆନନ୍ଦରେ ଆମ ଆନନ୍ଦ ମିଶାଇ 

ପୂର୍ଣ୍ଣାନନ୍ଦ ଲଭିବା ଗୋବିନ୍ଦ ନାମ ଗାଇ ।


ନନ୍ଦ ରାମ ଗୋବିନ୍ଦ ନାମକୁ ହେତୁ କର 

ଗୋବିନ୍ଦ ଗୋପାଳ ନାମ ହୃଦରେ ସୁମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract