STORYMIRROR

Gangotri Priyadarshini

Inspirational Others

3  

Gangotri Priyadarshini

Inspirational Others

ଆହ୍ୱାନ

ଆହ୍ୱାନ

1 min
241


ଆଜିର ଏ ଆହ୍ୱାନ ଅତୀତ ରୁ ବର୍ତମାନ

ସଭିଏଁ ଆସି ଶୁଣ ତେଜି ସକଳ କାରଣ !!


ଶାନ୍ତି ମୈତ୍ରୀ ମୁକ୍ତି ଚାହେଁ ପ୍ରତି ବିଶ୍ଵ ପ୍ରାଣ

ଉତ୍ତର ପିଢ଼ି କଥାକୁ ଭାବି ରଖିବା ନିଦର୍ଶନ !!


ଗଗନେ ଶୋଭା ସେଇ ସୁରଜ ସେଇ ଚନ୍ଦ୍ରମା

ଅପରୂପା ପ୍ରକୃତି ରାଣୀ ତାରେ କି ଦେଇ ଉପମା !!


ଶିଖାଏ କେତେ ଶିକ୍ଷା କର୍ମ ସଙ୍ଗତେ ଜୀବନ ଦିକ୍ଷା

ସାର୍ଥକ ହେବ ମଣିଷ ସାମ୍ନା କରି ଈଶ୍ୱରଙ୍କ ପରୀକ୍ଷା !!


କଠିନ ଏଇ ଜୀବନ ରାସ୍ତା ନଭରି ମନେ ନିରାଶ ଭାଷା

ଜନ୍ମରୁ ମୃତ୍ୟୁ ସମ୍ଭାବନା ସ୍ୱର ସୃଷ୍ଟି କରିବ ଦିବ୍ୟ ଆଶା !!


ମଧୁର ଗୀତି ଏ ପ୍ରାଣର ସ୍ମୃତି ସାଜି ସଜେଇ ଆବର୍ତ୍ତନ

ସୁନ୍ଦର ହେଉ ଜୀବନ, ଅନ୍ତର ଆତ୍ମାର ଶୁଣ ଏ ଆହ୍ୱାନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational