STORYMIRROR

ABADHOOT PANDA

Tragedy Others

4  

ABADHOOT PANDA

Tragedy Others

ଆଗୋ ଶୀତରାଣୀ

ଆଗୋ ଶୀତରାଣୀ

1 min
389


ହେ ପୁରୁଣା ବରଷ ପ୍ରିୟ ଶୀତ

ରାଣୀ ଯାଉଛ ଚାଲି ଆଜି ତୁମ

ଗନ୍ତବ୍ୟ ପଥେ ଛାଡ଼ି ଆମକୁ

ତୋଷିବାକୁ ନୂଆ ବରଷ

ମନ ମିତକୁ l


ଛାଡ଼ି ନଥାନ୍ତୁ ଆମେ ତୁମକୁ

କୋହଲା ଖିଆଲି ଝଡ଼େ

ସମୟର ପାବନ୍ଦୀ ଟାଣି

ନେଉଛି ତୁମକୁ ଏକ ପିଞ୍ଜରା

ବଦ୍ଧ କପୋତ ପରି l


ଥରାଇ ଆମ ତନୁ ମନ କରି

ଉଦାସୀ ଆମକୁ ପକାଇ

ଅତଳ ଗହ୍ୱର ଖାତରେ

ତଥାପି ନୁହେଁ ତୃପ୍ତ ନିଷ୍ଠୁର

ନୂଆ ବରଷ ପୁଣି ହସଇ

କିରି କିରି l


ହିମାଂଶୁ କିରଣେ ଭୂଷିତ

ହିମ ଝଡ଼ର ବିକଟ କରାଳ

ଛାୟା ଆଚ୍ଛାଦିତ ରୋମାଞ୍ଚ

ଶର୍ବରୀ ଆଉ ଡ଼ାକିବନି

କେବେ ଉନ୍ମାଦ ପ୍ରଣୟୀ 

ଯୁଗଳେ ରଚିବାକୁ କେଳି l


ଯାଅନା ଯାଅନା ମୋଟେ

ଶୀତ ରାଣୀ ତେଜି ଆମକୁ 

ଝୁରିବୁ ତୁମକୁ ସଦା ଭସାଇ

ଆମ ଉଷ୍ଣ ଚକ୍ଷୁବନ୍ୟା

ଜଳେ ତୁମର ସେଇ ହାର୍ଦ୍ଦିକ

ସମବେଦନାକୁ ନିରନ୍ତର 

ହେଜି l


ନୂଆ ବରଷକୁ କରିବୁ ଆମେ

ସ୍ୱାଗତ ମନ ପ୍ରାଣ ଢାଳି ନୂତନ

ଉଦ୍ଦୀପନା ନୂତନ ଶିହରଣେ

ଢାଙ୍କି ଶିରେ ଆମ ପଶମ

ତୋରଣ ଫୁଟାଇ ବାଚନିକ

ତୋପ ରାଜି l


ଆମେ ଆଜି ଦୁଇ ହଜାର

ବାଇଶିର ନର ପୁଙ୍ଗବ କେତେ

ଘାତ ପ୍ରତିଘାତ କରିଛୁ ସ୍ୱୀକାର

ଅକୁଣ୍ଠିତ ଚିତ୍ତେ ହୋଇଛୁ

ଅପେକ୍ଷା ରତ ତୋଷିବାକୁ

ତେଇଶିର ମନ ସାଷ୍ଟାଙ୍ଗ

ପ୍ରଣିପାତେ ନକରି ପକ୍ଷପାତ l


ତଥାପି ହାତ ଯୋଡ଼ୁଛୁ ତୁମକୁ

ବୁଝାଇବାକୁ ଟିକେ ନୂଆ

ବରଷକୁ ଆଉ ଜଣାଇ ଵାକୁ

ଆମର ମାନସିକ କ୍ଳେଶ ବିଗତ

ଦିନର ନଭାଙ୍ଗି ଆମ ଆଶାର

ପୋତ l


ରହିବାକୁ ଚାହୁଁ ଆମେ ଈଶ୍ବର

ସୃଷ୍ଟ ମର୍ତ୍ତ୍ୟ ବୈକୁଣ୍ଠ ପୁରେ

ନହୋଇ ହୀନମାନ ଆଉ

ଭୁଲିବାକୁ ସଦା ଜରା ବ୍ୟାଧି

ରୋଗ ଶୋକ ଦୁଃଖ ଆଗାମୀ

ସମ୍ବତ୍ସରେ ଲଭି ଜୀବନେ ଏକ

ଚିର ସବୁଜିମାର ଆସର l


ବିଦାୟ ଦେବୁ ତୁମକୁ ଆମେ

ଆହେ ଶୀତରାଣୀ ଆଉ ମାତ୍ର

ମାସେ ପରେ ନହୋଇ ଆନମନା

ହାତେ ଧରି ତୁରୀ ଦୁନ୍ଦୁଭି ଡିଣ୍ଡିମ

ପାଛୋଟି ଆଣି ନୂତନ ବରଷକୁ

ବସାଇଵାକୁ ଆମ ପ୍ରାଣ ରତ୍ନ

ସିଂହାସନେ କଟାଇବାକୁ ବରଷେ

ମିଆଦୀ ଶାନ୍ତିର ଜୀବନ l

        



Rate this content
Log in

Similar oriya poem from Tragedy