କବିତା - ଆଦର୍ଶବୋଧ
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୫-୨୦୨୫
ପିଲାବେଳେ ଭାବୁଥିଲି
ବଡ଼ହେଲେ ବାପାପରି ବାପା ହେବି
ଅଧୁନା ବାପା ହେଲା ପରେ ଜାଣିଗଲି
ଅସମ୍ଭବ କଳ୍ପନା ପାଳିବା ବୃଥା
ଈଶ୍ବରଙ୍କ ସମକକ୍ଷ ହେବା ଭାବିବା ବ୍ୟଥା
ସ୍କୁଲବେଳେ ଭାବୁଥିଲି
ବଡ଼ହେଲେ ନୀଳକଣ୍ଠ ସାରଙ୍କ ପରି
ହେଡ଼ ମାଷ୍ଟର ହେବି
ପୂରା ଝୁଆଁ ନଡ଼ିଆ
ଉପରୁ ରୁକ୍ଷ ନୁଖୁରା ଟାଣ ଦିଶେ
ଭିତରେ ଭିତରେ କରୁଣାବତାର ବଢିଆ
ଅଧୁନା ନବୋଦୟ ବିଦ୍ୟାଳୟରେ
ଶିକ୍ଷକ ଚାକିରି କରିଛି
ଆଉ ଜାଣି ସାରିଛି
ପ୍ରାତ ନମସ୍ୟଙ୍କ ଚରଣ ରେଣୁ କଥା ଭାବୁଛି
ପ୍ରଣମ୍ୟ ପ୍ରଣମାଣୀଙ୍କ ଶତକଡ଼ା ଏକ ଭାଗ ବି ହେବା କେତେ କଷ୍ଟ କେତେ ଦୁରୂହ
ହେଜି ସାରିଛି ବୁଝି ସାରିଛି
ଆଜି ଭାବୁଛି ଏକା ଏକା
ଅନୁକରଣ ବଦଳରେ ଅନୁଶୀଳନ
ହେଉ ମୋର ଜୀବନ ମନ୍ତ୍ର
ଆଜି କଳ୍ପୁଛି ଏକାନ୍ତେ ଏକା
ଗଢିବି ନିଜର ନ୍ନଆ କିର୍ତ୍ତିମାନ
ଭିନ୍ନ ବ୍ୟକ୍ତିତ୍ବର ଅଭିନ୍ନ ଦୃଶ୍ୟମାନ
ଏହି ଆଦର୍ଶବୋଧକୁ କରିବି ଜୀବନ ତନ୍ତ୍ର