STORYMIRROR

Panchanan Jena

Inspirational

4  

Panchanan Jena

Inspirational

କେବଳ କୈବଲ୍ୟ

କେବଳ କୈବଲ୍ୟ

1 min
3

କବିତା - କେବଳ କୈବଲ୍ୟ
 ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୧-୨୦୨୫
+++++++++++++++++
 କାହା ଦୟାର ପାତ୍ର ନୁହଁ
କାହା ମାୟାର ଛାତ୍ର ନୁହଁ
କେବଳ ବିଭୁ ଛାୟାର ଏ ଗାତ୍ର
ଅତ୍ର ତତ୍ର ସର୍ବତ୍ର ପରିଚିତ ମାତ୍ର

 କାହା ଭାବର ଭାବନା ନୁହଁ
କାହା ଶବ୍ଦର ରଚନା ନୁହଁ
 କେବଳ ବେଦନାରେ ଭରା ପତ୍ର
ସାହାଯ୍ୟରେ ମଣ୍ଡିତ ଶୋଭିତ ତନ୍ତ୍ର

 କାହା ଦାନର ଦକ୍ଷିଣା ନୁହଁ
କାହା ମାନର ପାଉଣା ନୁହଁ
କେବଳ ଭଗବାନ ଉପାସନାରେ ଏକତ୍ର
ସତ୍ୟ ଶିବ ସିନ୍ଦୁର ଶ୍ରଦ୍ଧାରେ ବ୍ୟାକୁଳ ମିତ୍ର

 କାହା ଚିନ୍ତାକଳ୍ପର ଚୈତାଳି ନୁହଁ
କାହା ଚେତନାସ୍ତୁପର ବୈଶାଳୀ ନୁହଁ
କେବଳ କୈବଲ୍ୟ ଚରିତାମୃତରେ ଜୀବନ ପାତ୍ର
ତନ ମନ ଧ୍ୟାନ ଯୌବନ ଉତ୍ସର୍ଗିକୃତ ବୟସ ମାତ୍ର

 କାହା ପ୍ରେମର ପ୍ରତୀକ ନୁହଁ
କାହା ଅପ୍ରେମର ବାଧକ ନୁହଁ
କେବଳ ସୁଭାବନା ବାଣ୍ଟିଚାଲେ ଛତ୍ରେଛତ୍ର
ଅଧମ ଅକ୍ଷମ ଦରିଦ୍ର ନାରାୟଣେ ମାତ୍ରେମାତ୍ର

 କାହା ଭାଗ୍ୟର ବିଡମ୍ବନା ନୁହଁ
 କାହା ଭୋଗ୍ୟର ଆଶ୍ୱାସନା ନୁହଁ
କେବଳ କର୍ମମୟ ଧର୍ମମୟ ଦିବସ ରାତ୍ର
 ବଳକା ଆୟୁଷ ଧରି ସେବାମୟ ଏ ପାତ୍ର


Rate this content
Log in

Similar oriya poem from Inspirational