STORYMIRROR

Monalisha Panda

Inspirational Children

4  

Monalisha Panda

Inspirational Children

ଆଦର୍ଶ ଶିଶୁ

ଆଦର୍ଶ ଶିଶୁ

1 min
374

ଆସ ଜାଣିବା ସବୁ ପିଲାଏ 

ଆଦର୍ଶ ଶିଶୁ ଜଗତ କାହାକୁ ବୋଲାଏ ।।

ସବୁ କାମରେ ଯିଏ ଥିବ ଆଗରେ

ଥିବ ସିଏ ସଦା ସଭିଙ୍କ ପ୍ରଶଂସାରେ 

ଭଲ ପିଲା ସଭିଏଁ ତାକୁ କହିବେ

ତା କଥା ସଭିଏଁ କହି ବସିବେ ।।

ବଡ଼ ମାନଙ୍କୁ ଯିଏ ଦେବ ସମ୍ମାନ

ସାନ ମାନଙ୍କୁ ଦେବ ଶ୍ରଦ୍ଧା ଓ ସ୍ନେହ

ସଭିଏଁ ତାକୁ ନେବେ ଆଦରି

ରହିବ ସଦା ସେ ସର୍ବୋପରି ।।

ଚଳୁଥିବ ଯିଏ ଗୁରୁଜନଙ୍କ କଥା ମାନି

କାମ କରୁଥିବ ସଭିଙ୍କ ମନ ଜାଣି 

ଉଚ୍ଚ ସ୍ଵରରେ କହୁ ନ ଥିବ କଥା 

ଦୂର କରୁଥିବ ସଭିଙ୍କ ବ୍ୟଥା ।।

ସହନଶୀଳ ସ୍ଵଭାବର ହୋଇଥିବ ସିଏ

ଧୈର୍ଯ୍ୟ ଧରି କାମ କରୁଥିବ ଯିଏ

ସତ୍ ପଥେ ଚାଲି ସର୍ବଦା 

ସଫଳତା ହାସଲ କରୁଥିବ ଯିଏ ।।

ଏ ସବୁ ଗୁଣ ଥିବ ଯାହା ପାଖେ

ଆଦର୍ଶ ଶିଶୁ ରୂପେ ସଭିଏଁ ତାକୁ ଜାଣିବେ 

ଆସ ଶିଶୁ ଗଣ କରିବା ପଣ

ବଡ଼ ହୋଇ ହେବା ଆମେ ଆଦର୍ଶ ଶିଶୁ ଗଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational