ଆଦର୍ଶ ଶିଶୁ
ଆଦର୍ଶ ଶିଶୁ
ଆଦର୍ଶ ଶିଶୁ ସିଏ ରେ
ଯିଏ ବଡ଼ ମାନଙ୍କୁ ସମ୍ମାନ ଦିଏ ରେ
ଉତ୍ତମ କାମ କରି ଦୁନିଆର ଟେକ ରଖେ ରେ
ଆଦର୍ଶ ଶିଶୁ ସିଏ ରେ
ସକାଳୁ ସକାଳୁ ଠିକ ସମୟରେ ଯିଏ ଉଠେ ସେ
ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରେ ସେ
ନିତ୍ୟକର୍ମ ସାରି ସଫା ପୋଷାକ ପିନ୍ଧି ସ୍କୁଲ ଯିବାକୁ ରେଡି ହୁଏରେ
ଆଦର୍ଶ ଶିଶୁ ସିଏ ରେ
ସ୍କୁଲରେ ସମସ୍ତଙ୍କ ଠାରୁ ଭଲ ପାଠ ପଢେ ସେ
ଗୁରୁଜୀ ଗୁରୁମାଙ୍କୁ କଥା ମାନି ଚଳେ ସେ
ଭାଇ ଭଉଣୀ ମାନଙ୍କୁ ପ୍ରେମର ଡୋରିରେ ବାନ୍ଧି ରଖେ ସେ
ଆଦର୍ଶ ଶିଶୁ ସିଏ ରେ
ଭୁଲକୁ ଦୁରେଇ ଦେଇ ଭଲକୁ ଗ୍ରହଣ କରେ ସେ
ସମସ୍ତଙ୍କ ଭଲପାଇବା ଦେଇ ମନ କିଣି ନିଏ ସେ
ବାଧାବିଘ୍ନକୁ ପଛରେ ଆଡେଇ ଦୁନିଆ ସହ ଲଢେ଼ଇ କରେ ସେ
ଆଦର୍ଶ ଶିଶୁ ସିଏ ରେ
ଭଲ କାମ କରିବ ଯେବେ
ଜଗତ ତାକୁ ଆଦର୍ଶ ଶିଶୁ ବୋଲାଇବେ
ସତପଥେ ଚାଲୁଥିବ ଯେବେ
ଦୁନିଆଁ ତାକୁ ସଫଳତାର ହାତ ମାଗିବ ସେବେ
ବିଜେତାର ଡୋରି ବାନ୍ଧିବ ଯେବେ
ଅନ୍ୟାୟ ସହିତ ଲଢେଇ କରିବ ସେବେ
ବିପଦ ଆପଦ ରେ ଲୋକଙ୍କ ସେବା କରି
ଭଲପାଇବାର ବିହନ ବାଣ୍ଟି ଦିଏ ରେ
ଆଦର୍ଶ ଶିଶୁ ସିଏ ରେ ।
ସମ୍ପୃକ୍ତି ,ସାଧନା ,ସଂସ୍କାର ,ଭଲପାଇବା ,ସ୍ନେହ ଭଲ ମନ୍ଦ ବେଳେବେଳେ ଦୁନିଆ ସହିତ ଶିଶୁମାନେ ଲଢେଇ କରି ନିଜ ଜୀବନକୁ ଉସୁର୍ଗ କରିଥାନ୍ତି, ଏବଂ ଶିଶୁ ଭିତରେ ଉଚ୍ଚ-ନୀଚ୍ଚ ଭେଦ-ଭାବର କୌଣସି ଗଣନା ନ ଥାଏ । କାଲି ଶିଶୁଟି ଜନ୍ମ ହେବା ମାତ୍ରେ ତାର ସର୍ଜନ ଯାତ୍ରା ଆରମ୍ଭ କରି ଦୁନିଆଁ ସହିତ ବିଜେତାର ଖେଳ ଖେଳିଥାଏ ଓ ସଫଳତାର ହାତ ମାଗିଥାଏ ।