STORYMIRROR

Alok Kumar Meher

Abstract Inspirational Others

3  

Alok Kumar Meher

Abstract Inspirational Others

ଆମର ନୂଆଁଖାଇ

ଆମର ନୂଆଁଖାଇ

1 min
140

ଜିଏଥାଉଁ ଯେତେକି ଦିନ୍

ଭାବର ଡୋରୀରେ ବନ୍ଧା ହେତକି ଦିନ୍

ଘିଚି ଆନସି ନୂଆଁଖାଈ ର ମହକ 

ଜୀବନ ସାରା ଭୁଲି ନାଇଁ ପାରୁ ସେ ଦିନର ସୁଖ


ମୋର୍ ମା,ବହେନ୍ ମାନକୁ ନୂଆଁଖାଈ ଜୁହାର 

ସକାଳୁ ଉଠି ସଜାସୁ ଆମେ ଘର ଦୁଆର 

ଏକ ହେସନ ଦଦା ଭାଇ ମାନେ

ସଭେ ହସିସୁ ଆମେ ଗୁଟେ ଟୁଣେ


ଦୁଃଖ ସୁଖ ଭୁଲି ମନ ମିସାସୁ ଗୁଟେ ମନେ

କେଡେ ଗହ-ଗହ,ମହ-ମହ ଥି ନୂଆଁ ଖାଇସୁ ଗୁଟେ ଜୀବନେ

ଖରା ନ ଖଟିକରି ଧାନ ବୁନିଥିସି ଚାଷୀ

ଉସତ ହେସି ନୂଆଁ ଧାନ ଆର୍ ନୂଆଁ ଚୁରାକୁଣା କେ ଦେଖି


ପାସରି ଦେମା ଆଘର ଫୁଲା ରୁଷା

ଫେର ଏକ ହେମା ଜୀବନ ସାରା 

ଚାଷୀର ନୂଆଁ ଧାନ କେ ନୂଆଁ ପତର ଥି ବତର

ପଶ୍ଚିମ ଓଡ଼ିଶାର ବଢ଼ଖା ତିହାର ସମକୁ ମର 


ବଡ଼ ବଡ଼କେ ଜୁହାର ଭେଟ

ଦେଖିକରି ପୁରି ଜାଇସି ପେଟ

ମା ଇଷ୍ଟଦେବୀ କେ ମୁଡ଼ିଆ ମାରି

କିଏ ପାରିବା ଅଲଗା ରହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract