ଆମର ନୂଆଁଖାଈ
ଆମର ନୂଆଁଖାଈ
ଜିଇଁଥାଉଁ ଯେତେକି ଦିନ୍
ଭାବର ଡୋରୀରେ ବନ୍ଧା ହେତକି ଦିନ୍
ଘିଚି ଆନସି ନୂଆଁଖାଈ ର ମହକ
ଜୀବନ ସାରା ଭୁଲି ନାଇଁ ପାରୁ ସେ ଦିନର ସଉକ
ମୋର୍ ମା,ବହେନ୍ ମାନକୁ ନୂଆଁଖାଈ ଜୁହାର
ସକାଳୁ ଉଠି ସଜାସୁ ଆମେ ଘର ଦୁଆର
ଏକ ହେସନ ଦଦା ଭାଇ ମାନେ
ସଭେ ହସିସୁ ଆମେ ଗୁଟେ ଟୁଣେ ।
ଦୁଃଖ ସୁଖ ଭୁଲି ମନ ମିସାସୁ ଗୁଟେ ମନେ
କେଡେ ଗହ-ଗହ,ମହ-ମହ ଥି ନୂଆଁ ଖାଇସୁ ଗୁଟେ ଜୀବନେ
ପାସରି ଦେମା ଆଘର ଫୁଲା ରୁଷା
ଫେର ଏକ ହେମା ଜୀବନ ସାରା ।
ଖରା ତରାନ ଖଟି କରି ଧାନ ବୁନିଥିସି ଚାଷୀ
ଉସତ ହେସି ନୂଆଁ ଧାନ ଆର୍ ନୂଆଁ ଚୁରାକୁଣା କେ ଦେଖି
ଚାଷୀର ନୂଆଁ ଧାନ କେ ନୂଆଁ ପତର ଥି ବତର
ପଶ୍ଚିମ ଓଡ଼ିଶାର ବଢ଼ଖା ତିହାର ସମକୁ ମର ।
ଭାତ,ଦାଏଲ ଲେଥା ତରକାରୀ
ଖଳି ଦନା ଥି ଖାଇସୁ ମାନମାରି
ଘର ଘରକେ ଖିରି ପିଠା
ଖାଇଦେଲେ ଭୁଲିନାଇ ପାରୁ ଜୀବନ ସାରା ।
ବଡ଼ ବଡ଼କେ ଜୁହାର ଭେଟ
ଦେଖିକରି ପୁର୍ସି ପେଟ
ମା ଇଷ୍ଟଦେବୀ କେ ମୁଡ଼ିଆ ମାରି
କିଏ ପାରିବା ଅଲଗା ରହି ।
ପଶ୍ଚିମ ଓଡ଼ିଶାର୍ ବଢ଼ଖା ତିହାର୍ ବଡ଼ ମାନକେ ମୋର ନୂଆଁଖାଈ ଜୁହାର ।
ଦୁଃଖ ଗଲା ସୁଖ ଗଲା ଫେର୍ ଏକ ହେବାର ଦିନ୍ ପଳେଇ ଆସିଲା,ଆଘର ଫୁଲା ରୁଷା ଝଗଡା-ପାତି କେଚେର-ମେଚେର କେ ପାସରି କରି ଗୁଟେ ପତର ଥି ଫେର୍ ନୂଆଁ ଖାଇମା ଆର୍ ଇଷ୍ଟଦେବୀ କେ ମୁଡ଼ିଆ ମାରି ହସି ହସି ଦିନ ଗନମା ଇଟା ମୋର ଗୁହାରି ।