ଏଇତ ଜୀବନ
ଏଇତ ଜୀବନ
ଜୀବନ ମୋର ଦୁଃଖେ ଦୁଃଖେ ଯାଉ
ସମସ୍ତଙ୍କଭଲପାଇବା ମୋ ପାଖରେ ଥାଉ
ଭଲ ପାଇବା ଦେଇ ଅନ୍ୟର ଖୁସିରେ ଖୁସି ହେବି
ଦରକାର ଠୁ ଅଧିକ ଭଲ ପାଇବି
ଦେଶ ପାଇଁ କିଛି କରିପାରିବି ବୋଲି
ଜୀବନକୁ ମାଗିଥିଲି ଅନୁମତି
ଜୀବନରେ ସମସ୍ତଙ୍କ ବିଶ୍ୱାସକୁ ଜିତେଇ
ଦୁନିଆ ସହ କରିପାରିବି ଲଢେଇ
ଜୀବନ ଯୁଦ୍ଧରେ ଲଢେଇ କରିବି
ସଂସାର କ୍ଷେତ୍ରରେ ସଂଘର୍ଷ ର ବିଜୟ ହେବି
ଜୀବନର ସବୁ ଅଲି ଅଝଟ ସହିବି
ଦୁନିଆକୁ ଏକ ନୂଆଁ ରୂପ ଛାୟା ଦେବି
ଜୀବନର ଅଙ୍କାବଙ୍କା ରାସ୍ତାକୁ ପାର କରି
ଦୁନିଆକୁ ସଜାଡ଼ିବାକୁ ଲାଗିବି
ସମ୍ପର୍କକୁ ଅଜାଡି ଜୀବନକୁ କରିବି ସଂକଳ୍ପ ଶୈଳୀ
ମୃତ୍ୟୁର ଆଶଙ୍କା ରେ ଦୁନିଆକୁ ନଜିବି ଭୁଲି
ଅନ୍ଧାର ଭରା ଜୀବନ
ଅନ୍ୟ ଉପରେ ନକରି ଅଭିମାନ
ସମସ୍ତଙ୍କ ସହ ଖୁସିରେ ରହି
ମନର ବିକ୍ଷେପ କୁ ଦୂର କରି
ମଣିଷ ଜୀବନ ନକରି ଚିନ୍ତା
ସମସ୍ତ ଲୋଭ ଦୁରକରି ରୁହ ଅଚିନ୍ତା
ଜୀବନ ଯାତ୍ରା ଅଙ୍ଗାର ଆରମ୍ଭ ଯେଉଁଠି
ପଛଘୁଞ୍ଚା ନଦେଇ ଆଗକୁ ମାଡିଚାଳ ସବୁଠି
ସୁକ୍ଷ୍ମ ସୁଷ୍ମତା ସୁଧୀର ଜୀବନ ଦାତା
ନିରାଶ ନ ହୋଇ ଡାକିବି ପରମାତ୍ମା
ସୁଖମୟ ସଂସାର ସୁକ୍ଷ୍ମ ଆତ୍ମା
ଅଛି ମଣିଷ ପାଖରେ ସେଇ ନିଜସ୍ୱ ଜିମାତ୍ମା
