Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AK Meher

Inspirational Others

3  

AK Meher

Inspirational Others

ବ୍ୟସ୍ତତା

ବ୍ୟସ୍ତତା

1 min
216


ବ୍ୟସ୍ତତା କୁ ଯେବେ କରିଲି ନିଜର

ବ୍ୟସ୍ତ ଭିତରେ ଲେଖିଲି କାହାଣୀ ମୋର 

କାହାଣୀରେ ନଥିଲା ନାୟିକା

ସେଇଠୁ ଆରମ୍ଭ କଲି ଜିତିବାର ଜୀବିକା ।


ଜିଇଁ ମରୁଥିଲି ମରି ମରି ଜିଉଁଥିଲି

ଜୀବନକୁ କରିଦେଇ ଭାରି

ଭାରରେ ଭାରି ଲାଗୁଥିଲା ବୋଲି

ବ୍ୟସ୍ତକୁ କରିଲି ନିରାଳି ।


କଲମକୁ ଭୁଲି ହେଲାନି ବୋଲି 

କବିତାକୁ କଲି ନିଜର

ସେହି କବିତାରେ ତୁମେ ଅଛ ବୋଲି

ବ୍ୟସ୍ତତାକୁ କଲି ନିର୍ଭର ।


ବ୍ୟସ୍ତ ଭିତରେ ନିଜକୁ ହଜେଇ

ଦେଉଥିଲି ସେତେବେଳେ

ଜଣା ପଡୁନଥିଲା ସଫଳତାର ଆଶା

ପାଇବି କେତେବେଳେ

ବ୍ୟସ୍ତତାକୁ ବିଜେତା କରି

ଦୁନିଆଁର ଭାର ମୁଣ୍ଡେଇବି ନିଜର କରି ।


କବିତା ଲେଖିଲି ବ୍ୟସ୍ତତା ଭିତରେ

କିନ୍ତୁ କହି ପାରିଲିନି କାହା ଆଗରେ

ସଫଳତା ର ଅପେକ୍ଷାରେ ଥିଲି ବୋଲି

 ନିଃଛୋଟ ନିଶ୍ୱାସ ଚାଲିଗଲା ତୁମ ଆଗରେ ।


Rate this content
Log in