STORYMIRROR

Alok Kumar Meher

Romance

3  

Alok Kumar Meher

Romance

ଫଗୁଣରେ ତୁମେ

ଫଗୁଣରେ ତୁମେ

1 min
162

ଫଗୁଣ ରେ ଫଗୁଣ

ତତେ କିଏ ଦେଇଛି ମୋ ରାଣ

ଭଲପାଇଥିଲି ଦୁନିଆକୁ ଭୁଲି

ତୋର ସାଥି ହେବି ବୋଲି


ଫଗୁଣ ଆଣିଦେବି ତୋ ଜୀବନର

ପ୍ରେମଭରା ସପନରେ

ତୋ ପ୍ରେମର କିରଣରେ

ମତେ ନେଉଛୁ ତୋ ସିହଁରଣରେ


ଫଗୁଣରେ ତୋର ପହିଲି ପ୍ରେମ

ଏମିତି ବସି ଦେଖୁଥିବୀ ତୋ ମୁହଁ

ମୁହଁଟି ତୋର ଗୋଲାପ ପରି

ତୁ ହେଇଯାଇଛୁ ମୋ ସ୍ବପ୍ନ ସୁନ୍ଦରି



ଫଗୁଣର ସ୍ପର୍ଶରେ

ତୋ ଭଲପାଇବାରେ

ଦିନ ମୁଁ କାଟୁଛି

ତୋ ପ୍ରେମ ପଣରେ



ତୋ ଫଗୁଣରୁ ତୋ ଫରୁଆ ଚୋରେଇ

ବୋଲିଦେଲୁ ମୋ ଦେହ ସାରା

ସେ ଫରୁଆକୁ ପ୍ରେମର ଆଭାସ ଦେଇ

ବିତେଇବି ମୁଁ ଜୀବନ ସାରା


ଫଗୁଣର ଫରୁଆରେ ବସେଇ

ନେଇଯିବି ତତେ ମୋ ସବାରୀକୁ

ଫଗୁଣରେ ତତେ ଭଲପାଇ ବସିଛି

ପ୍ରେମର ସୁଅ ଛୁଟୁଛି


ଖେଳୁଛି ମୋ ପ୍ରିୟା

ଫଗୁର ଦୋଳିରେ

ହସୁଥିବ ମୋ ପ୍ରିୟା ମୋର

ମୋ ସପନ ରେ


ଅଭିମାନି ପ୍ରିୟତମା ପ୍ରିୟା ମୋର

ତୋ ବିନା ଜୀବନ ମୋର ଅନ୍ଧାର

ତତେ ଦେଖିଲେ 

ମତେ ଲାଗେ ତୁ କେବଳ ମୋର


କିଏ ଆଣିଦେବ ପ୍ରିୟାକୁ ମୋର

ତତଲା ତାତିର ଦେହ

ମୋ ପ୍ରୟା ସୋଇଛି ଗୋଲାପ ଶଯ୍ୟାରେ

ତାକୁ କେମିତି ଛାଡିପାରିବି କୁହ


ମୋ ପ୍ରୟା ଆଣିଦେବ ମୋତେ ସେଇ ଫଗୁଣ

ଭଲପାଇବି ତାକୁ ମୁଁ ସାରା ଜୀବନ

ମୋ ରଙ୍ଗରେ ତାକୁ ଭିଜେଇ

ଆଣିବି ତାକୁ ମୁ ସାଧବି ସଜେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance