Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆଦର୍ଶ ଚୟନ

ଆଦର୍ଶ ଚୟନ

1 min
256



ପରିବ୍ୟାପ୍ତ ଅଟେ   ବିସ୍ତୃତ ଦିଗନ୍ତ

    ବିଚାରଧାରା ଆଦର୍ଶ

ବ୍ୟକ୍ତି ଗୋଷ୍ଠୀ ଜାତି  ସ°ଗ୍ରହେ ଦର୍ଶନ

     ସ°ଗଠଇ ସୁବିଶ୍ୱ।ସ ।


ହେଉ ରାଜତନ୍ତ୍ର    କିବା ଗଣତନ୍ତ୍ର

    ବ୍ୟକ୍ତି ଗୋଷ୍ଠୀ ସ°ପ୍ରଦାୟ

ମୁକ୍ତି ଆନ୍ଦୋଳନ    ସ°ରକ୍ଷଣବାଦ

     ବିଶ୍ୱ।ୟନ ଅଭିପ୍ରାୟ ।


ଔପନିବେଶିକ     ଶାସନ ପଦ୍ଧତି

     ପର୍ଯ୍ୟାବରଣ ସୁରକ୍ଷା

ଜାତି ବର୍ଣ୍ଣ ଲିଙ୍ଗ   ଧର୍ମ ପ୍ରାଧାନ୍ୟତା

     ବାମ ବା ଦକ୍ଷିଣ ପନ୍ଥା ।


ବିଚାରବୋଧର    ହେଉଛି ମନ୍ଥନ

      ଆଦର୍ଶ ପର୍ବତ ମେରୁ

ନୁହେଁ ଦ୍ୱନ୍ଦ ଯୁଦ୍ଧ   ସହଯୋଗ ବଳେ

      ଉପୁଯେ ଧାରା ସୁଚାରୂ ।


ସୁମାର୍ଜିତ ହେଉ    ସ୍ୱଭାବ ସ°ସ୍କାର

      ଚୟନ କଲ୍ୟାଣକାରୀ

ସମ୍ବଳର ହେଉ    ପ୍ରଯୁକ୍ତି ପ୍ରୟୋଗ

       ବିନିଯୋଗ ହିତକାରୀ ।


ଉନ୍ମେଷୁ ଉତ୍ତମ     ଗୁଣବତ୍ତାମାନ

      ସୀମା ହେଉ ସୁରକ୍ଷିତ

ବିଧିବଦ୍ଧ ହେଉ    ଆସୁରୀ ପ୍ରବୃତ୍ତି

     ଉପଭୋଗ ଉପଯୋଗ ।


ରାହୁକେତୁ ସମ   ସ୍ୱ।ର୍ଥ ସଙ୍କୀର୍ଣତା

      ନ ଗ୍ରାସୁ ନୀତି ଆଦର୍ଶ

ସବୁଜ ସୁନ୍ଦର    ଦିବ୍ୟ ସଦ୍ଭାବନା

      ସଞ୍ଚରୁ ଭାବ ଅମୃତ ।

          


Rate this content
Log in

Similar oriya poem from Inspirational