ଆଦିତ୍ୟ ଅସ୍ତ
ଆଦିତ୍ୟ ଅସ୍ତ
ଓଡ଼ିଶା ବିଚଳିତ ଦୁଃଖିତ ବ୍ୟଥିତ
ଅସମୟରେ ଆଦିତ୍ୟ ଅସ୍ତମିତ
ରହସ୍ୟ ଅନ୍ଧକାର ଏବେ ବି ଜୀବିତ
ଦୋଷୀ ନଯାଉ ଖସି ସଭିଏଁ ବ୍ୟସ୍ତ,
ହତ୍ୟା ନା ଆତ୍ମହତ୍ୟା ପ୍ରଶ୍ନମାନ ଏଠି
ନ୍ୟାୟ ପାଇଁ ସମସ୍ତେ ହୁଅ ଏକାଠି
ଗର୍ବୀତ ରହିବ ସଦା ଏ ଓଡ଼ିଶା ମାଟି
ଯୁବପ୍ରାଣେ ଦେଲ ସେବାପଥି ବାଟି,
ଉଦାହରଣ ସାଜିଲ ତୁମେ ପ୍ରତି ତରୁଣର
ମଦମୁକ୍ତ ରାଜ୍ୟ ପାଇଁ ମହାନ ସଂଘର୍ଷର
ଜିତିଗଲ ତୁମେ ଏହା ତ ସମାଜର ହାର
ବୁଝିଲାନି ମୂଲ୍ୟ ତୁମ ଶ୍ରେଷ୍ଠ ଜୀବନର।
