ଆଦିମାନବ- ରୋବର୍ଟ ସଙ୍ଘର୍ଷ
ଆଦିମାନବ- ରୋବର୍ଟ ସଙ୍ଘର୍ଷ


ରୋବର୍ଟ ଟିଏ ଓହ୍ଲାଇଲା ଆଦିମାନବ ଇଲାକାରେ
ସଭ୍ୟତା ଅପହଂଚ ଯହିଁ ଆତ୍ମରକ୍ଷା ମୂଳ ସେଠାରେ ।
ଅଦ୍ଭୁତ ପ୍ରାଣୀଟିଏ ଦେଖି ଆଚମ୍ବିତ ହୋଇଲେ
ନିଆଁ ହୁଳା ଠେଙ୍ଗାବାଡି ଧରି ସେ ଗୋଡାଇଲେ ।
ଅପରିଚିତ ପ୍ରାଣୀ ସେମାନଙ୍କ ଭୋଜ୍ୟ ହିଁ ପାଲଟେ
ରୋବର୍ଟ ର ପରାକ୍ରମ ଆଗେ ଠେଙ୍ଗାବାଡି କି କାଟେ !
ସଙ୍ଘର୍ଷ ଅମିମାଂଶିତ ହୋଇବାରୁ ଭାବିଲେ
ବଢିଲା ବନ୍ଧୁତା ରୋବର୍ଟ କୁ ଅନୁଧ୍ୟାନ କଲେ ।
ରୋବର୍ଟ ଯନ୍ତ୍ର ମାନବ ଜ୍ଞାନର ଗନ୍ତାଘର
ଧୀରେ ଧୀରେ ଶିଖାଇଲା ଆଚାର ବ୍ୟବହାର ।
କଥା କହିବା ଶିଖିଲେ ଠାର ଚିତ୍କାର ଛାଡି
ସହଜ ଜୀବନଧାରା ହୋଇଗଲା ସଜାଡି ।
ଗଛରୁ ଫଳ ତୋଳିବା ଫସଲ ଉପୁଜାଇବା
ପଶୁପାଳନ ମତ୍ସ୍ଯଚାଷ ପୋଷାକ ପିନ୍ଧିବା ।
ଗଣିତ ଗହନ କଥା ସଂଖ୍ୟା ପରିଚୟ
ଭୂଗୋଳ ସାହିତ୍ୟ ପୁଣି ରାଷ୍ଟ୍ରନୀତି ନିଚୟ ।
ମାନବ ପକ୍ଷରେ ତାହା ହୁଅନ୍ତା କି ସମ୍ଭବ
ଭୁରି ଭୋଜନ କରନ୍ତେ ନରଭକ୍ଷି କି ଲାଭ !
ଧୀରେ ଧୀରେ ପ୍ରବେଶିଲେ ସରକାର ସେଠାରେ
ସ୍କୁଲ୍ କଲେଜ ଅଫିସ୍ ଖୋଲାହେଲା ଅଚୀରେ ।
ମାନବ ହାତ ତିଆରି ମାନବଠୁ ଆଗରେ
ଯନ୍ତ୍ରମାନବ ରୋବର୍ଟ ତୁଳନା ତା ନାହଁ ରେ ।