STORYMIRROR

Chittaranjan Parida

Inspirational Others

4  

Chittaranjan Parida

Inspirational Others

ଆଧୁନିକତା

ଆଧୁନିକତା

1 min
260

ଦାଆଟି ଧାନ କଟାର ମଜା

କାଠଲଙ୍ଗଳଟି ମାଟିର ବାସ୍ନା

ପାଇବା ପାଇଁ ଅଧୀର

କମ୍ଵାଇନ୍, ପାଓ୍ଵାରଟିଲର ଆଦି

କୃଷି ଯନ୍ତ୍ରପାତି

ଚାଷକାର୍ଯ୍ୟ କରନ୍ତି ସଅଳ

ଚାଷୀ କମ୍ ପରିଶ୍ରମରେ

ଫଳାଏ ସୁନାର ଫସଲ,

ଦାଆ, କୋଡ଼ି,ଲଙ୍ଗଳରେ

କାମ କରିଥିବା ସେ ଦିନର ଜଗୁ ଅଜା

ସାତ ମାଇଲ ଚାଲିକି ଗଲେ ବି ଥକି ପଡେନି

ଆଜିର ଯୁବକ ଏକ ମାଇଲ ପାଦରେ ଗଲେ

ଶ୍ଵାନ ଭଳି ହୁଏ ଧଇଁସଇଁ

ପାଦରେ ଚାଲିବା ଅଭ୍ୟାସ ନାହିଁ

ଚାଲିବାକୁ ଲଜ୍ଜା ଲାଗେ

ଯାନବାହନରେ ଗମନ

ସମ୍ମାନର କଥା

କାହିଁକିନା ସିଏ ମଡର୍ଣ୍ଣ ମଣିଷ

ଏବେ ଆଧୁନିକତାର ଆଁ ରେ ।

ଚଉପଦୀ, ଚଉତିଶା, ଛନ୍ଦ

ଶୁଣିବାକୁ ଭଲଲାଗେ ନାହିଁ

ଏୟାରକର୍ଡରେ ମୋବାଇଲରୁ

ରକ୍,ପପ୍ ଶୁଣି ମାତୁଆଲା ହୁଏ

ପ୍ରାଚୀନ ଗୀତ ବା କବିତା

ତା'ପାଇଁ ଅବୁଝା

କିନ୍ତୁ କିଛି କ୍ଳିଷ୍ଟ ସୃଷ୍ଟ ଶବ୍ଦକୁ

ଏଠି ସେଠି ଗୁନ୍ଥି

ଉତ୍ତର ଆଧୁନିକତାର ଛଟା ଦେଉଛି

ଆଉ ବନିଯାଉଛି ଲେଖକ ଶ୍ରେଷ୍ଠ,

ବାପା ମାଆ ଶବ୍ଦ ଅସହଜ ଲାଗୁଛି

ପାଶ୍ଚାତ୍ୟ ହନୁକରଣେ

ମମି ଡାଡି ଡାକିବାକୁ ସ°କୋଚ କରୁନି

କାହିଁକିନା ସିଏ ମଡ଼ର୍ଣ୍ଣ ମଣିଷ

ଏବେ ଆଧୁନିକତାର ଆଁ ରେ।

କ°ସା ବାସନ ପିତଳ ଗିଲାସ

ସେଗୁଡ଼ିକ ଅଲୋଡ଼ା ଅଖୋଜା

ରଙ୍ଗ ବେରଙ୍ଗ ପ୍ଲାଷ୍ଟିକ

ଆଉ ଲୁହା ବାସନକୁସନ

ଆଦରର ଶୀର୍ଷରେ,

ଆସନପାରି ଭୂମିରେ ବସି ଖାଇବାକୁ

ଆଦିମ ମଣୁଛି

ମେଜ ଚୌକିରେ ବସି ଗୋଡ଼ହଲାଇ

କଣ୍ଟା ଚାମଚରେ କରେ ଭୋଜନ

ଘର ଖାଦ୍ୟ ଭଲ ଲାଗୁନି

ମ୍ୟାକଡୋନାଲଡରେ ବ୍ରେକଫାଷ୍ଟ୍

ପଞ୍ଚତାରକା ହୋଟେଲରେ ଲଞ୍ଚ୍

ବାର୍-ରେ ଡିନର କରିବାକୁ

ଆଭିଜାତ୍ୟ ମଣୁଛି,

ନମସ୍କାର, ପ୍ରଣାମକୁ ସରମ ଲାଗୁଛି

ହାଏ, ହାଲୋ, କୋଳାକୋଳି

କୁଆଡେ ସମ୍ମାନକୁ ଶତଗୁଣ କରୁଛି

କାହିଁକିନା ସିଏ ମଡର୍ଣ୍ଣ ମଣିଷ

ଏବେ ଆଧୁନିକତାର ଆଁ ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational