STORYMIRROR

Amit Bal

Inspirational

3  

Amit Bal

Inspirational

ଆଧୁନିକତା

ଆଧୁନିକତା

1 min
269

ଆଧୁନିକତା ଖୁବ୍ ଗୋଟେ ଉଜ୍ଜ୍ୱଳ ଆଲୋକ ଭଳି

         ଦୃଷ୍ଟି ଗୋଚର ହୁଏ

               ଅପହଞ୍ଚ ହାତର ଦୂରତାରୁ ,

ନିକଟରୁ ଅବଲୋକନ କଲେ

        ମନେ ହୁଏ ଆହୁରି ବି ହୀନ

                  ରଙ୍ଗ ଛଡା ସାର୍ଟ ଠାରୁ .......।


ମାନିବାରେ ତିଳେ ମାତ୍ର ଦ୍ୱିଧା ନାହିଁ

    ଭରି ଦେଇଛି ଅନେକ କିଛି

       ସୁଖମୟ କରିବାକୁ ମଣିଷ ଜୀବନର

                        ପ୍ରତିଟି ନିଃଶ୍ବାସ ,

ହେଲେ ଏକଥା କ'ଣ ଚିରନ୍ତନ ସତ୍ୟ ନୁହେଁ

      ଆଧୁନିକତାର ଆଗରେ ଏଇ ମଣିଷ

         ଧିରେ ଧିରେ କରି ଚାଲିଛି

                  ନିଜେ ହିଁ ନିଜର ସର୍ବନାଶ ......।


ଶିକ୍ଷା ସଂସ୍କୃତି ପରମ୍ପରା ପରିବେଶ

              ଗୋଟି ଗୋଟି ତ ହେଲାଣି ନାଶ,

ମାଳ ମାଳ ଲୋକ ,କଳ କାରଖାନା,କଂକ୍ରିଟର ସହର

   ବୋଧହୁଏ କରିଦେବ ବାକିଥିବା ଅମ୍ଳଜାନ ବି ଶେଷ ...


ସତରେ କ'ଣ ଚାହିଁ ଥିଲୁ ଆମେ

                ଏମିତି ଏକ ଆଧୁନିକତା,

ଯେଉଁଠି ସବୁ କିଛି ତ ଭରି ରହିଥିବ

         ନ ଥିବ ଯାହା କାଣିଚାଏ ମାନବିକତା ,


ନା ଥିବ କାହାର କାହା ପ୍ରତି ଶ୍ରଦ୍ଧା ସ୍ନେହ

           ହଁ ଥିବ ଖାଲି ଟଙ୍କାର ମୋହ

ଜିଇଁ ବାକୁ ଏକା ଏକା

           ନିଜେ ପିଇ ନିଜର ହିଁ ଲୁହ .......।

      


Rate this content
Log in

Similar oriya poem from Inspirational