ଆଧୁନିକତା
ଆଧୁନିକତା


ମାନିବାକୁ ପଡ଼ିବ ମାନବକୁ
ପ୍ରାଚୀନକୁ ସ୍ଥାୟୀ ରଖି ନବୀନକୁ
ଆମନ୍ତ୍ରଣ କରି ବିଜୟୀ ସବୁ କାର୍ଯ୍ୟରେ
କିଛି ଅସମ୍ଭବ ନ ହେଲା ତାଙ୍କଠାରେ
ଏ ଦିନ ଆଧୁନିକ, ମଣିଷର ବେଶ
ନଖଠାରୁ ପରିବର୍ତ୍ତିତ, ଯାଏ କେଶ
ଚିନ୍ତାରେ, ଚେତନାରେ, କାର୍ଯ୍ୟରେ,
ଘରେ, ଗାଁରେ, ସହରରେ, ସ୍କୁଲରେ,
କଲେଜରେ ଅଫିସରେ ବଜାରରେ
ସାହିତ୍ୟରେ, ସମାଜରେ,
ଇତ୍ୟାଦି ଇତ୍ୟାଦି ।
ସୁଖ ସୁବିଧାରେ ମଣିଷ ରହିଛି
ଆଧୁନିକତା ଆମକୁ ଆରାମ ଦେଉଛି
ଚନ୍ଦ୍ରରେ ଯାଇ ମଙ୍ଗଳେ ପ୍ରବେଶି
ଛୁଞ୍ଚି ବଡ କାମିକା ଉଡାଜାହାଜ ବସି
ଏ ସବୁ ଆମପାଇଁ ଉପହାର
ଭବିଷ୍ୟତକୁ ଅମର ଚିରକାଳ
ଆଧୁନିକତାରେ ମଜ୍ଜି ନ ଯାଇ
ପରିବେଶକୁ ଅଭିଶାପ ମୁକ୍ତ ପାଇ
ଆଗକୁ କରିବା ଆହୁରି ଉନ୍ନତି
ଉତ୍ତର ଆଧୁନିକ ଯାଏ ପ୍ରଗତି
ଏତେ ସୁନ୍ଦର ପୃଥିବୀ ଆମର
ଆହୁରି ସୁନ୍ଦର କରିବା ଏହାର ।