STORYMIRROR

Snigdha Samantaray

Tragedy

2  

Snigdha Samantaray

Tragedy

ଆଧୁନିକତା

ଆଧୁନିକତା

1 min
119


ମଣିଷ ଖୋଜୁଛି ବାସ୍ତବ ଜୀବନ

ନିଜର ସତ୍ତାକୁ ହଜାଇ

ଆଧୁନିକ ସ୍ପର୍ଶରେ ଗାଆଁର

ମାନଚିତ୍ର ସମ୍ପୂର୍ଣ୍ଣ ରୂପେ

ଯାଇଛି ବଦଳି

ସବୁଜ ସୁନ୍ଦର କ୍ଷେତର ପସରା

ଦିଶୁନାହଁ ପାହାଡ଼ର ଶୋଭା ବି ନାହିଁ

ଜଙ୍ଗଲ ବନାନୀ ସଫା

କଂକ୍ରିଟ ରାସ୍ତା ନିର୍ମାଣ ।

ଖୋଲା ପବନର ବାଧକ

ଉଚ୍ଚ ଉଚ୍ଚ ଅଟ୍ଟାଳିକା

ଆଧୁନିକତାର ବଳୟ ରେ

ହୃଦଯନ୍ତ୍ରଟି ଆକ୍ତାମାକ୍ତା

ସହରୀ ପ୍ରଦ୍ୟୁଷଣ କାୟା ବିସ୍ତାର

କରି କାବୁ କରିଛି ଗାଁ ସଭ୍ୟତାକୁ ।

ଯୁଗନୁସାରେ ଜୀବନ ପୃଷ୍ଠା ବଦଳି ଯାଏ

ଚକ ଚକ ଆଧୁନିକ ଚଳଣିରେ

ଜୀବନ ଇତିହାସ ଓ ଭୂଗୋଳ

ଓଲଟ ପାଲଟ

ଆଧୁନିକତାର ପ୍ରଶସ୍ତ ଛାତିରେ

ଅସ୍ତବ୍ୟସ୍ତ ଜୀବନ ରାହା ଖୋଜେ

ବସୁଧା ବି ଖୋଜେ ବଞ୍ଚିବା ତରିକା ।

ମୌସୁମୀ ଲେଉଟି ଯାଏ

ବର୍ଷିବାକୁ ଭୁଲି ଯାଏ

ଋତୁସବୁ ଅଚାନକ ବଦଳନ୍ତି

ସଭ୍ୟତାର ଶୃଙ୍ଖଳାରେ ପଡିଛି ବେଡି

ପ୍ରାତଃ ସନ୍ଧ୍ୟାର ପ୍ରାର୍ଥନା ସ୍ୱର ନାହିଁ

ସନ୍ତାନର କର୍ତ୍ତବ୍ୟ ବିଦେଶରେ

ବୃଦ୍ଧ ବୃଦ୍ଧା ମାତା ପିତା ବୃଦ୍ଧାଶ୍ରମରେ

ମାତୃଭାଷା ରେ କଥା ଷ୍ଟାଟସ ନଷ୍ଟ କରେ

ଏସବୁ ଭିତରେ ଆଧୁନିକତାର ଭେଲଭେଟ ଚାଦର ସଭ୍ୟତାକୁ ଘୋଡାଇ ଦେଇଛି ।

ସଂସ୍କୃତି ସଂସ୍କାର ପରମ୍ପରା ନିସ୍ତେଜ ଇଲାକାରେ ବୁଲୁଛନ୍ତି

ତଥାପି ପୁରୁଣା ରକ୍ଷଣଶୀଳ ସଭ୍ୟତା ପ୍ରତୀକ୍ଷା ରତ .।



साहित्याला गुण द्या
लॉग इन

Similar oriya poem from Tragedy