ଆଧୁନିକତା
ଆଧୁନିକତା
ଆଧୁନିକତା ଭିତରେ ଚାପିହୋଇ
ଆଜି ଅସ୍ତବ୍ୟସ୍ତ ସଂସ୍କୃତି, ସଭ୍ୟତା
ପରମ୍ପରା ଲିଭିଲାଣି, ଲିଭିନି ବାସ୍ତବତା
କରିବାରେ ନାହିଁ ମୋହ, କଥାରେ ସ୍ଵାଧୀନତା ।
ଆଧୁନିକତା ନାଁ' ରେ ବଢ଼ିଛି ନାରୀ ସ୍ବେଚ୍ଛାଚାରୀତା
ବିବେକ ଲୁଚୁଛି ସ୍ବାର୍ଥ ର ହାଵୁକାରେ
ମାଆ ଵୁଝେନି ଶିଶୁର ମନ ତଳର ଗୋପନତା
ମାତିଛି ଖାଲି ନିଜ ଶରୀର ସଜାଇଵାରେ ।
ଆଧୁନିକତାର ଶବ୍ଦ ଭିତରେ ଛନ୍ଦି ହୋଇଛି ନିଜତ୍ବ
ସ୍ନେହ ପ୍ରେମର ମୂଲ୍ୟ ଆଜି ମପାହୁଏ
ମିଛସତର ମାୟା ଜାଲ ଭିତରେ ହରାଇଛି ସ୍ଥିତିତ୍ଵ
ଇଛା ନାହିଁ ତ୍ୟାଗକୁ ଚିହ୍ନିବାରେ, ଧରିବାରେ ।
ଆଧୁନିକତାର ମାୟା ଜାଲରେ ପୁଅ ବୋହୁ
ଭୁଲିଯାଆନ୍ତି ନିଜ ବାପାମାଆଙ୍କ ପାଇଁ କର୍ତ୍ତବ୍ୟ
ଭୁଲିଯାଆନ୍ତି ଧର୍ମ ଅଧର୍ମ, ଭାବନ୍ତି କାହିଁକି ସହୁ
ଲୋକଙ୍କର ଅଭାବବୋଧ ଆଉ ପିଲାଙ୍କ ଭାବ ।
ଆଧୁନିକତାର ସ୍ପର୍ଶରେ ପୁରାଣ ପୋଥି ମିଛଗପ
ଅନ୍ଧବିଶ୍ୱାସ ପାଲଟେ ପୂର୍ବଜନ୍ମ ପାପ
କାଟିଥାନ୍ତି ଗଛ ଆଜିର ମିଛ ବିଶ୍ଵକର୍ମା
ପ୍ରତାରଣା ତଳେ ସ୍ବପ୍ନ ଆଜି ଅବଗୁଣ୍ଠିତ ।