Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ଆଧୁନିକତା

ଆଧୁନିକତା

1 min
246



ବାପାକୁ ଡାଡ଼ି ମାଆକୁ ତ ମମି

       କକାକୁ ଡାକଇ ଅଙ୍କଲ,

ମାମୁଁକୁ ଅଙ୍କଲ ପଡିଶା ଅଙ୍କଲ

       ଭୁଲି ଗଲେଣି ତ ଅସଲ ।


ମାଇଁ ଖୁଡି ଏବେ ଆଣ୍ଟି ହୋଇଗଲେ

       ପ୍ରଭେଦ ମିଳଇ ନାହିଁ,

ମାଉସୀକୁ ଆଣ୍ଟି ପଡିଶାକୁ ଆଣ୍ଟି

        ଆଧୁନିକତା ଟା ଏହି ।


ଚିରାଫଟା ପିନ୍ଧି ଲଙ୍ଗଳା ହୋଇଣ

        ଦାଣ୍ଡରେ ଝିଅ ବୁଲନ୍ତି,

ବାପାମାଆ ତା'ର ଏ ରୂପ ଦେଖିଣ

       ଗରବେ ଛାତି ଫୁଲାନ୍ତି ।


ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ କରୁଛନ୍ତି

       ଅର୍ଥ ର ପ୍ରଲୋଭନ ରେ,

ଆଧୁନିକତା କୁ ଦ୍ୱାହି ଦେଇ କହେ

      ମୋ ଇଚ୍ଛା ଏହି ନୃତ୍ୟରେ ।


ବ୍ଳାଉଜ ପିନ୍ଧିବା ଆଖିରେ ଦେଖିଲେ

        ଆପେ ନଇ ଯାଏ ଆଖି,

ଛାତି ତାର ଖୋଲା ପିଠି ଟା ଲଙ୍ଗଳା

       ଖଣ୍ଡେ କନା ଥାଏ ଲାଖି ।


ଫଟା ପୋଷାକ ରେ ଭିକାରୀ ଭଳିଆ

          ପୁଅ ଝିଅ ବୁଲୁଛନ୍ତି,

ଦଶ ବରଷରୁ ପ୍ରେମ ଦିଆନିଆ

         ମୁଖଯନ୍ତ୍ରରେ ମାତନ୍ତି ।


ଆଧୁନିକତା ରେ ଅଛି ଭଲ ଗୁଣ

        ଗ୍ରହଣ ନ କରେ କେହି,

ଖରାପ ଜିନିଷ ଶିଘ୍ର ରହିଯାଏ

       ମୁଣ୍ଡରେ ତାହାର ଯାଇ ।


ସାତ ତାଳ ପଙ୍କେ ପଦୁଅ ଫୁଟଇ

         ଗରବ ତାହାର ନାହିଁ,

ଅଳପ ବିଦ୍ୟାରେ ଧରା ସରା ମଣେ

        କାନ୍ଦୁଅଛି ଏଠି ମହୀ ।


ଆଧୁନିକତା କୁ ପାଥେୟ କରିଣ

          ଅକର୍ମ କରୁଛି ଜନ,

ଆଗରୁ ସମସ୍ତେ ଜାଗ୍ରତ ହୁଅ ହେ

         ବେଳୁ ହୁଅ ସାବଧାନ ।


ବିଳୟ ର ପଥ ଆଗେଇ ଆସୁଛି

        ଧ୍ବଂସ ହେବ ଏହି ମହୀ,

ତୁମର ଗର୍ବ ତୁମର ଯାତନା

       ଅମାନିଆ ନେବ ଧୋଇ ।



Rate this content
Log in

Similar oriya poem from Inspirational