STORYMIRROR

Subrat Malik

Abstract Tragedy Others

3  

Subrat Malik

Abstract Tragedy Others

ଆଧୁନିକତା

ଆଧୁନିକତା

1 min
161

ମଣିଷ ଭୁଲିଛି ମଣିଷ ପଣିଆ

ଆଧୁନିକତାର ନାମେ,

ନିଜର ସଭ୍ୟତା ସଂସ୍କୃତିକୁ ଭୁଲି

ପଡିଛି ପାଶ୍ଚାତ୍ୟ ପ୍ରେମେ ।।

ହୋଇ ନାସ୍ତିବାଦୀ କରୁଛି ଭର୍ତ୍ସନା 

ଜଗତର ଈଶ୍ୱରଙ୍କୁ,

ଷଡ଼ ଋପୁ ଗୁଣେ ହୋଇ ବଶୀଭୂତ

ଭୁଲିଛି ପରମାର୍ଥକୁ ।।

ବୃଦ୍ଧାଶ୍ରମେ ଆଜି ଗହଳି ଲାଗଇ

ଫାଙ୍କା ଫାଙ୍କା ଦିଶେ ଘର,

ପିତା ମାତା ଆଜି ନୁହେଁ ପ୍ରୟୋଜନ

ପୁଅ ପତ୍ନୀ ବୋଲାକାର ।।

ଅଶ୍ଳୀଳ ନୃତ୍ୟର ଆସର ଜମଇ

ଯାତ୍ରା ମହୋତ୍ସବ ନାମେ

ଯୌବନ ପିପାସୁ ଯୁବପିଢୀଙ୍କର

କ୍ଲବ ଘରେ ଖଟି ଜମେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract