STORYMIRROR

Narayan Sethi

Comedy Romance

3  

Narayan Sethi

Comedy Romance

ଆଧୁନିକ ଯୁଗରେ ଅନ ଲାଇନି ପ୍ରେମ

ଆଧୁନିକ ଯୁଗରେ ଅନ ଲାଇନି ପ୍ରେମ

1 min
247


ଇଏ ଲଭ ଆଜି କାଲି ଫେସନ ହେଇଗଲାଣି

କିଏ ଲଭରେ ସମୟ ବିତାଉଛି ତ

କିଏ ପୁଣି ହାରଟିଲି ପ୍ରେମ କରୁଛି.....!!

ପୁଅ ହେଉ କି ସେ ଝିଅ

ନିଜ ବାପାକୁ ମାନୁନି କି ମାଆକୁ

ନୂଆଁ ନୂଆଁ ପର ଲାଗିଗଲେ

ଏମିତି ଉଡନ୍ତି ଏମିତି ଉଡନ୍ତି

ଯେବେ ତଳେ ପଡି ଯାଆନ୍ତି

ସେତେବେଳେ ବାପା ମାର ନାମ ନିଅନ୍ତି....!!

ସେତେବେଳେ ଭାବନ୍ତି ବସି

କିଆଁ ଏମିତି ଟାଇମ ପାସ ପ୍ରେମ କଲି

ନିଜେ ତ ବରବାଦ ହେଲି ପୁଣି

ସମାଜରେ ନିଜକୁ ମୁହଁ ଟେକି

ପାଦେ ବି ବାଟ ଚାଲିବାରେ

ଭାରି ଅସୁବିଧା ହେଉଛି .......!!

ଫେସବୁକରେ ବାସ

ଫୋଟକୁ ବିଶ୍ୱାସ ପ୍ରେମ

ନା ଦେଖା ନା ସାକ୍ଷାତ

ଦୁହେଁ ଦୁହିଁଙ୍କୁ ପରିଚୟ.....!!

କି ପ୍ରେମ ନିଳା ଚାଲିଛି

ହେ ଭଗବାନ ଶ୍ରୀକୃଷ୍ଣ ବି ହାରିବେ

ଏଇ ଆଧୁନିକ ଯୁଗରେ

ଏଇ ଆଧୁନିକତାର ପ୍ରେମ ଢଙ୍ଗରେ....!!

ବାପାକୁ ଟିଉସନ ଫିସୀ କହି

ନିଅନ୍ତି ଟଙ୍କା ପଇସା

ଅୟସ ଆରାମରେ ବୁଲେଟ ଧରି ବୁଲନ୍ତି

ସହରର ପାର୍କ ରେ

ଆଉ ଦେଖନ୍ତି ବୁଲି ସିନେମା.....!!

ଫୋନରୁ ଆଖି ଜମାରୁ ହଟୁନି

ପୁଅ ହେଉ କି ସେ ଝିଅ

ଭିଡ଼ିଓ କଲିଂ ଆଉ ଚାରଟିଙ୍ଗ

ଦିନ କି ରାତି କିଛି ମାନୁନି.......!!

ଇଏ ଲଭ ଆଜି କାଲି ଫେସନ ହେଇଗଲାଣି

କିଏ ଲଭରେ ସମୟ ବିତାଉଛି ତ

କିଏ ପୁଣି ହାରଟିଲି ପ୍ରେମ କରୁଛି.....!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy