STORYMIRROR

Kalandi pal

Inspirational

3  

Kalandi pal

Inspirational

ଆଧୁନିକ ସାହିତ୍ୟ ସଭା

ଆଧୁନିକ ସାହିତ୍ୟ ସଭା

1 min
156


ସାହିତ୍ୟ ଭାଷାର ଶୁଦ୍ଧ କଳେବର

    ଚଉପଦୀ ଅଳଙ୍କାର.

ଗଳ୍ପ ଉପନ୍ୟାସ ବ୍ୟଙ୍ଗ ହାସ୍ୟରସ

    ପ୍ରବନ୍ଧ କବିତା ସାର.!!


ବ୍ୟାକରଣେ ସନ୍ଧି ସମାସ ବିଭକ୍ତି

    ବଚନ ପୁରୁଷ ରୂଢି.

ସାହିତ୍ୟ ଶୁଦ୍ଧତା ଆଣେ ସୃଷ୍ଟିକର୍ତ୍ତା

   ଶବଦେ ଶବ୍ଦକୁ ଯୋଡି.!!


ଶୁଦ୍ଧ ଅଳଙ୍କାର ଶୁଦ୍ଧ ଶବ୍ଦ ଯାର

    ଶୁଦ୍ଧତା ହୁଏ ସାହିତ୍ୟ.

କବି ଲେଖକର ପରିଚୟ ତାର

   ହୁଏ ଶ୍ରେଷ୍ଠ ଲୋକାଦୃତ.!!


ଅଶ୍ଳୀଳ ଶବଦ ଯୋଡି କବି ବୃନ୍ଦ

    ଲେଖନ୍ତି କବିତା ଖଣ୍ଡ.

ଶ୍ରୁତିରେ ମଧୁର ହେଲେହେଁ ତାହାର

    କମିଯାଏ ମାନଦଣ୍ଡ.!!


ସାହିତ୍ୟର ସଭା କେତେ କବି ଉଭା

    ଉଭା ଗାଳ୍ପିକ ଲେଖକ.

ଲୋକପ୍ରିୟତାର କରିବେ ସାକାର

    ପଢିଲେ ଶସ୍ତା ରୁଚକ.!!


ଶସ୍ତା କବିତାର   ପରିବେଶଣର

    ସାହିତ୍ୟତା ମୂଲ୍ୟ ହାରେ.

ଅହଂ ପଣିଆକୁ ଦେଖେଇ ହେବାକୁ

     ଭାଷା ସେଠି ବଳି ପଡେ.!!



Rate this content
Log in

Similar oriya poem from Inspirational