STORYMIRROR

Sudeshna Pradhan

Inspirational

4  

Sudeshna Pradhan

Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
512

ଆଜିର ନାରୀ 

ଓଢଣୀ ତଳୁ ମୁଁହଟି କାଢି     

ଆଗୁଆ ହୋଇଛି ସବୁକ୍ଷେତ୍ରରେ      

ବହୁ ଉଚ୍ଚ ସ୍ଥାନ ପାରିଛି ଚଢ଼ି   !!     


ବାପାଙ୍କ ଅଟେ ସେ ଅତି ଗେହ୍ଲା ଝିଅ         

ଶାଶୁ ଶ୍ୱଶୁରଙ୍କ ସେ ସୁନାବୋହୁ    

ଉଚ୍ଚ ଶିକ୍ଷିତା ସେ ଉପାୟ କରି          

ସବୁ କର୍ମ କରେ ଆଗୁଆ ଧାଡି !!    


ବୋଝ ନୁହେଁ ସେ କାହା ଉପରେ          

ଘର କାମ ସାରି ବାହାରେ କରେ    

ରୋଜଗାର ପାଇଁ କରେ ଚାକିରୀ          

ନିଜେ ଯାଏ ପୁଣି ସ୍କୁଟର ଚଢ଼ି !!    


ଆଶା କର୍ମୀଠୁ ଅଙ୍ଗନବାଡି           

ନର୍ସ ଡାକ୍ତର ଶିକ୍ଷୟିତ୍ରୀ      

ବିଡ଼ିଓ ଆଉ କଲେକଟର           

ସଂସଦରେ ପୁଣି ସଭାନେତିରି !!   


ପୁଣି ସେ ବିଭିନ୍ନ ଖେଳ କୁଦରେ          

ଚାମ୍ପିଆନ୍ସ ଅଟେ ଅଲମ୍ପିକସରେ    

କେବେ ପାଇଲଟ କେବେ ନାବିକ         

ପଛଘୁଞ୍ଚା ନାହିଁ ଯୁଦ୍ଧକ୍ଷେତ୍ରରେ !!    


କବି ଲେଖିକା ଓ ସାମ୍ବାଦିକତା           

କମ୍ପାନୀରେ ପୁଣି ପରିଚାଳିକା    

ବିଜ୍ଞାନ କ୍ଷେତ୍ରେ ବି ହୋଇ ଆଗୁଆ          

ଚନ୍ଦ୍ରପୃଷ୍ଠେ ଥାଇ ଗାଇଛି ଗାଥା !!


ସବୁ କର୍ମେ ତାର ଥାଏ ଦକ୍ଷତା            

ସହନଶୀଳା ସେ ଅପରାଜିତା    

ଜନନୀ ଜାୟା ଭଗୀନି ରୂପେ           

ହୃଦୟରେ ଭରିଥାଏ ମମତା !!   


ତାଠାରେ ରହିଛି କଳାକୌଶଳ           

ତାଲାଗି ଚାଲିଛି ଚଳଚିତର     

ଦୁନିଆ ତାଠାରୁ ପାଇଛି ଖୁସି            

ପାଇନି ତଥାପି ହକ୍ ନିଜର !!   


 ସବୁ ଅସମ୍ଭବ ସମ୍ଭବ କରି            

ପାରିଛି ଆଜିର ଆଧୁନିକ ନାରୀ   

ଅବହେଳା କେବେ କରନି ତାକୁ           

ହୃଦୟରେ ରଖ ସମ୍ମାନ ଭରି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational