Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.0  

Jagannath Barik

Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
342


ପୁରୁଷ ପ୍ରଧାନ ସମାଜର ଦୃଢ଼

  ଅଲଙ୍ଘ୍ୟ ବଳୟ ଭେଦ କରି

ସଫଳତା ଶୀର୍ଷ ଦେଶରେ ଅଧିଷ୍ଠ

 ହୋଇଲାଣି ଆଧୁନିକ ନାରୀ |


ସକଳ କ୍ଷେତ୍ରରେ ଟକ୍କର ଦେଇ ସେ

  ପୁରୁଷକୁ ଠେଲି ଆଗେ ଠିଆ

ଶିକ୍ଷା ଜଗତରେ ସର୍ବାଗ୍ରଣୀ ସିଏ

  ନାଚରେ ଗୀତରେ ମହନୀୟା |


କ୍ରୀଡା ନୈପୂଣ୍ୟରେ ସ୍ତମ୍ଭୀଭୂତ କରେ

  ପୁରୁଷ ସମାଜେ ଚକମା ଦେଇ

ପର୍ବତାରୋହଣେ ସିନ୍ଧୁ ସନ୍ତରଣେ

  ମହାକାଶେ ଯାଏ ବାଜି ଲଗେଇ |


ରାଜନୀତି କ୍ଷେତ୍ରେ ସମର ଅଙ୍ଗନେ

  ତାର କରିସ୍ମାର ତୁଳନା ନାହିଁ

କୃଷି କ୍ଷେତ୍ରେ ତାର ସହଭାଗୀତାର

  ପ୍ରଶଂସା କରନ୍ତି ପୁରୁଷେ ରହି |


ଚାକିରୀ ଜୀବନେ କର୍ମ ସମ୍ପାଦନେ

  ନିରଳସ ନିଷ୍ଠା ଦୃଷ୍ଟାନ୍ତ ଥୋଇ

ଆଦର୍ଶ ଗୃହିଣୀ ସ୍ୱାମୀ ସୋହାଗିନୀ

  ସଂସାର ବୋଝକୁ ପିଠିରେ ବୋହି |


କଳ କାରଖାନା ସୁପରିଚାଳନା

  ଯାନ୍ତ୍ରିକ କୁଶଳା ଶିଳ୍ପୀ ସିଏ

ଇଣ୍ଟରନେଟରେ ବ୍ୟାଙ୍କ ବ୍ୟାପାରେ

  ସଭିଙ୍କର ମନ ମୋହିନିଏ |


ନ୍ୟାୟାଳୟେ ସିଏ ଓକିଲାତି କରେ

  ବିଚାରପତି ସେ ହୋଇଥାଏ

ୱାର୍ଡ ମେମ୍ବର ଠାରୁ ମୁଖ୍ୟମନ୍ତ୍ରୀ

  ରାଷ୍ଟ୍ରପତି ପଦ ମଣ୍ଡିଥାଏ |


ପୁରୁଷ ସାହାଯ୍ୟ ବିନା ଆଜି ସିଏ

  ଆତ୍ମପ୍ରତିଷ୍ଠା କରିପାରେ 

ଦେଶ ଦେଶାନ୍ତରେ ଚାକିରୀ କରି ସେ

  ସ୍ୱଚ୍ଛନ୍ଦେ ସ୍ୱାଧୀନେ ଦିନ ସାରେ |


ଢିଙ୍କିଶାଳ ଠାରୁ ଟଙ୍କାଶାଳ ଯାଏ

  ସବୁଠି ତାହାର ହାତ ଥାଏ

ଜନନୀ ଭଗିନୀ ଜାୟା କନ୍ୟା ରୂପେ 

  ସଂସାରେ ସବୁଠି ପୂଜା ପାଏ |


ସାଧବା ନାରୀର ସୀମନ୍ତେ ସିନ୍ଦୂର

  ମଥାରେ ଓଢ଼ଣୀ ଭୁଲ ନାହିଁ

ପାଶ୍ଚାତ୍ୟ ସଭ୍ୟତା ରୁଚି ବିବର୍ଜିତା

  ହିନ୍ଦୁତ୍ୱ ଆଦର୍ଶ ବାଣ୍ଟ ଯାଇ |

   



Rate this content
Log in

Similar oriya poem from Inspirational