STORYMIRROR

Kalandi pal

Inspirational

4  

Kalandi pal

Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
351

ଆଧୁନିକ ନାରୀ


ମାନବ ଜାତିର ଶ୍ରେଷ୍ଠ ବିଭୂଷଣ

ବିଭୁଙ୍କ ସୃଷ୍ଟିରେ ନାରୀ ଅନୁପମ

ସର୍ବଂସହା ସେହି, ଶାନ୍ତିମୟୀ ସେହି

ସୃଷ୍ଟିକାରି ସେହି, ଧ୍ବଂସକାରି ସେହି. ll


କିଏ କହେ ତାକୁ ଅବଳା ଦୁର୍ବଳା

ନାରୀ ଶୋହେ ଲଜ୍ୟା ଅଳଙ୍କାରେ ଭରା

ଲଜ୍ୟା ବିଭୂଷଣ ସରଳ, ସୁମତି

ଶ୍ରେଷ୍ଠ ନାରୀ ରୂପେ ଗଣନ୍ତି ଶ୍ରୀପତି. ll


ଆଧୁନିକ ନାରୀ ବିକାଶର ପଥେ

ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରେ ସର୍ବୋପରେ ଅଗ୍ରେ.

ରାଜନୀତି, ଅର୍ଥନୀତି, କୂଟନୀତି ଆଦି

ଗୁରୁଦାୟିତ୍ୱ ବହନେ କାର୍ଯ୍ୟଥାଏ ସମ୍ପାଦି. ll


ପ୍ରତିକ୍ଷେତ୍ରେ କୋଟା ଅଛି ନାରୀ ସମାଜର

ଶୁଶିଳା, ଧର୍ମଶୀଳା ରୂପେ କରନ୍ତି ଆଚାର.

ଧନ୍ୟ ତୁମେ ପୁଣ୍ୟବତୀ ଧରା ଦରବାରେ

ଅବଳା ଦୁର୍ବଳା ଅବା କିଏ କହିପାରେ. ll


ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅବା ପାଇଲଟ

ଦେଶ ଗର୍ବକରେ ଆଜି ଗଣେ ତୁମେ ଶ୍ରେଷ୍ଠ.

ଗଣବଳାକ୍ତାର ପାଇଁ ପାଏ ନିତି ଶିକ୍ଷା

ଜୁଡୋ ମୁଷ୍ଟି ଯୁଦ୍ଧେ କରେ ନିଜକୁ ସେ ରକ୍ଷା. ll


କିଛିନାରୀ ଆଧୁନିକତାର ଦ୍ୱାହି ଦେଇ

ଅଶାନ୍ତିର ବୀଜ ବୁଣେ ଆଇନିକୁ ନେଇ

ଆଧୁନିକ ପରିଚୟେ ଯାଏ ବିଅର ବାର

ଭୁଲିଯାଏ ନାରୀର ଲଜ୍ୟା ଶ୍ରେଷ୍ଠ ଅଳଙ୍କାର. ll


ଲଜ୍ୟାର ଓଢଣୀ କାଢି ହୁଏ ଆଧୁନିକା

କ୍ଷୁଦ୍ରବସ୍ତ୍ରେ ଆଚ୍ଛାଦିତ ନଗ୍ନ ପରି ଦେଖା.

ଭ୍ରୁକ୍ଷେପ ନାହିଁ ସମାଜକୁ ମଫୁ ଏ ସମାଜ

ଏଞ୍ଜୟେ କରିବା ପାଇଁ ସଦା ସଜବାଜ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational