STORYMIRROR

Paresh Kumar Biswal

Inspirational Others

5.0  

Paresh Kumar Biswal

Inspirational Others

ଆଧୁନିକ ଢାଞ୍ଚା

ଆଧୁନିକ ଢାଞ୍ଚା

1 min
13.9K



ରାତି ସିନା ପାହିଯାଏ

ସୁରୁଜ ଆସିଲେ,

ସ୍ବପ୍ନ କେବେ ସରେ ନାହିଁ

ରାତି ପାହିଗଲେ।

ଚାନ୍ଦ ସିନା ଦେଇ ଯାଏ

ଶୀତଳ କିରଣ,

ସୁରୁଜ ହିଁ ଦେଇଥାଏ

ଗ୍ରୀଷ୍ମରେ କଷଣ।

ମଣିଷ ଜନମ ଆମ

ସୃଷ୍ଟି ରକ୍ଷା ପାଇଁ,

ସୃଷ୍ଟି ନଷ୍ଟ ହୁଏ ଆମ

ଟିକେ ସୁଖ ପାଇଁ।

ଅଦିନିଆ ବରଷାବି

ପଡୁଛି ଧରାରେ,

ବୃକ୍ଷ ନାହିଁ ବୋଲି ଏଠି

ସହିବାକୁ ପଡେ।

ପବନର ସୀମାବି ଯେ

ସୀମିତ ହେଉନି,

ଅସୀମିତ ବୃକ୍ଷ ଛେଦ

କାଳ ସାଜିଲାଣୀ।


ଶୁଭୁ ନାହିଁ କାକ ଶବ୍ଦ

ପ୍ରଭାତେଯେ ଆଉ,

ଆଧୁନିକ ଗୀତ ଶୁଭେ

ରାତି ପାହୁ ପାହୁ।

ସମାଜବି ବନ୍ଧାହୁଏ

ନୂଆ ନିୟମରେ,

ସଂସ୍କାର ସଂସ୍କୃତିକୁ

କିଏବା ପଚାରେ।

ବୃଦ୍ଧଲୋକ କଥା ଆଜି

କେହି ନ ଶୁଣନ୍ତି,

ଆଧୁନିକ ଢାଞ୍ଚାଦେଇ

ସବୁ ଯେ ଚାଲନ୍ତି।


ପରେଶ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational