STORYMIRROR

Kalpana Kumari Pradhan

Inspirational Others

3  

Kalpana Kumari Pradhan

Inspirational Others

ଆଧିପତ୍ୟ

ଆଧିପତ୍ୟ

1 min
222

ଆଧିପତ୍ୟ ବିସ୍ତାରିଛି ଟଙ୍କା ଏ ସଂସାରେ

ସେ ଥିଲେ ପାସରେ ସବୁଠି ଆଦର

   ନଥିଲେ କିଏ ସେ ପଚାରେ l


ସେ ପୁଣି ଭୁଲାଏ ବନ୍ଧୁ ପରିଜନ

ଧରା କୁ ମଣେ ସରା ସମାନ

ବଢାଏ ମାନ ଆଉ ସନ୍ନମାନ l


ଅର୍ଜନେ ତାହାକୁ ବାଟ ଅବାଟ ବୁଝେନି

ମନୁଷ୍ୟତାକୁ ବଳିଦେଇ ବଡ଼ ମଣୁଥାଏ ଧନ

 ଅରଜିଲେ କେତେ ପିପାସା ମେଣ୍ଟେନି l


କାହା ଲାଗି ପେଟ ପାଇଁ ଦାନା

ଦେହ ଢାଙ୍କିବାକୁ ହୋଇପାରେ ଖଣ୍ଡେ ବସନ

ପୁଣି କାହାପାଇଁ ଐଶର୍ଯ୍ୟର ବାହାନା l


କରୁଥାଏ ପୁଣି ପର କୁ ଆପଣା

ଆପଣାର ହୋଇଯାଏ କେବେ ପର

ଗରିବ ଵନିଯାଏ ଧନୀ ନ ପଡଇ ଜଣା l


Rate this content
Log in

Similar oriya poem from Inspirational