ଆଡପମଣ୍ଡପେ ମହାପ୍ରଭୁ
ଆଡପମଣ୍ଡପେ ମହାପ୍ରଭୁ
ଝୁଲି ଝୁଲି ଆସି ଅଛ ପ୍ରଭୁ ଆଡପମଣ୍ଡପକୁ
ତିନି ରଥ ଚାହିଁ ରହିଛନ୍ତି ତୁମ ଫେରିବା ବାଟକୁ
ମାତା ମହା ଲକ୍ଷ୍ମୀକୁ ତୁମେ ଶ୍ରୀ ମନ୍ଦିରେ ଛାଡି ଆସିଲ
ଭାଇ ଭଉଣୀ ସଂଗେ ଗୁଣ୍ଡିଚା ମନ୍ଦିରେ ବିଜେ କରିଲ
ଆଡ଼ପ ମଣ୍ଡପେ ତୁମକୁ କରିଲେ ଦର୍ଶନ
କୋଟି ଜନ୍ମର ପାତକ ହୋଇବ ମୋଚନ
ଗୁପ୍ତ ରାସ କରିବ ତୁମେ ଜନ୍ମ ବେଦିରେ
ଭକତ ଲଭିବେ ପୁଣ୍ୟ ଦେଖି ତୁମକୁ
ଚର୍ମ ନେତ୍ରରେ
ରାଣୀ ଗୁଣ୍ଡିଚା ତୁମକୁ ପୁତ୍ର ରୂପେ
ପାଇ ଧନ୍ୟ ହୋଇଗଲେ
ନୀତି ନୁଆଁ ନୁଆଁ ବେଶ ତୁମ ଭକତ
ଦେଖିଲେ
ନବ ଦିନ ରହି ତୁମେ କରିବ ପ୍ରତ୍ୟାବର୍ତ୍ତନ
ତୁମରି କରୁଣା ଲଭି ଧନ୍ୟ ହେବ ମାନବ ଜୀବନ ।
