STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ଆବର୍ଜନା

ଆବର୍ଜନା

1 min
11.6K

କୁଢ଼ କୁଢ଼ ଆବର୍ଜନାରେ

      ପୋତି ପଡିଛି ଧରା,

ପୋତି ଗନ୍ଧମୟ ସର୍ବତ୍ର

       ତାର ଫିଟୁନି ରାହା ।


ରଙ୍ଗ ବେରଙ୍ଗର ଅଳିଆ

        ଏଣେ ତେଣେ ପଡିଛି,

ସୁନ୍ଦର ରୂପକୁ ତାହାର

        କଦାକାର କରିଛି ।


କଠିନ ତରଳ ଗ୍ୟାସୀୟ

        ତେଜଷ୍କ୍ରିୟ ଯେ ପୁଣି,

କଳକାରଖାନା ଘରୋଇ

        କୃଷିଜାତ ଯେ ଖଣି ।


ବ୍ୟବସାୟ ପ୍ରତିଷ୍ଠାନରୁ

         ନିତି ଜନ୍ମି ଅଳିଆ,

ମୂର୍ତ୍ତିକା ପବନ ପାଣିକୁ

         କରୁଅଛି ଘଳିଆ ।


ନିଜ ସୁଖ ପାଇଁ ମଣିଷ

         ସୃଷ୍ଟି କରେ ଅଳିଆ,

ପଶୁ ପକ୍ଷୀ କେବେ ଧରାକୁ

         କରନ୍ତିନି ମଳିଆ ।


ବାୟୁ ପ୍ରଦୂଷଣ ବଢୁଛି

         ଜଳ ବିଷାକ୍ତ ପୁଣି,

ମାଟି ଉର୍ବରତା ହରାଇ

         ମରୁଭୂମି ହେଲାଣି ।


ବିଶ୍ଵତାପନର କରାଳ

         କାୟା କବଳେ ପଡି,

ଜଳବାୟୁ ପରିବର୍ତ୍ତନେ

          ଆସେ ସାଗର ମାଡି ।


ନାନା ଜାତି ରୋଗ କଷଣେ

         କଲବଲ ମାନବ,

କରୋନା ଇବୋଲା ଭୂତାଣୁ

          ସାଜି ଆସେ ଦାନବ ।


ବେଳ ଥାଉ ଥାଉ ସୁଜନେ

          ଆମେ ସଜାଡି ଯିବା,

ଆବର୍ଜନା ପରିଚାଳନା

          କଥା ମନକୁ ନେବା ।


ସମ୍ଵରଣ ଆମେ କରିବା

          ଆବର୍ଜନାକୁ ଜାଣ,

ପୁନଃବ୍ୟବହାର ସହିତେ

          ପୁନଶ୍ଚକ୍ରଣ ପୁଣ ।


ଜାତି ଜାତି ଗଛ ଲଗାଇ

          ଆମେ ଶପଥ ନେବା,

ପ୍ରକୃତିରାଣୀକୁ ଆମର

          ନୂଆ ଜୀବନ ଦେବା ।

   


Rate this content
Log in

Similar oriya poem from Inspirational