STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ଆବର୍ଜନା

ଆବର୍ଜନା

1 min
23.8K


ପ୍ରତିଟି ସ୍ଥାନର ଉତ୍ସ ଅଟୁ ତୁହି

ପ୍ରତିଟି ବସ୍ତୁର ବତ୍ସ

ଆବର୍ଜନା ନାମ ପାଇଛୁ ବୋଲି ତ

ସଭିଏଁ ଜାଣନ୍ତି ସ୍ଵଚ୍ଛ।


ତୋ ଦେହୁ ମୁଁ ପାଏ ପାକଶାଳା ଗନ୍ଧ

ବିଦ୍ୟାର୍ଥୀର ହାତଛୁଆଁ

ଦେବଙ୍କ ଆଶିଷ ଡାକ୍ତର ପରଶ

ଗାଡି କାରଖାନା ଧୂଆଁ।


ତୋର ରୂପ କାନ୍ତି ଅଭିନ୍ନ ଅରୂପ

ଗୁଣ ଧର୍ମ ଭିନ୍ନ ଭିନ୍ନ

କିଏ ବା ସ୍ଵଳ୍ପାୟୁ କିଏ ତ ଦୀର୍ଘାୟୁ

କିଏ ଅମର ଅକ୍ଷୁର୍ଣ୍ଣ।


ଜନବସତିଠୁ ଦୂରରେ ମିଳନେ

କର ଯେବେ ସଙ୍ଗରୋଧ

ତୁମ ଗନ୍ଧ ଆଉ ପ୍ରଭାବ ବାଜିଲେ

ସର୍ବ କଣ୍ଠ ହୁଏ ରୁଦ୍ଧ।


ତୁମରି ମେଳରେ ପ୍ଲାଷ୍ଟିକ ଟି ରହି

ଦେଖାଏ କେତେ ଯେ ରୂପ

କାହାକୁ ରୋଗୀଣା କାହା ପ୍ରାଣନେଇ

ଅରପୁ ମୁଠେ ବିଳାପ।


କାଚ ପଦାର୍ଥଟି ସୁନ୍ଦର ଚିକ୍କଣ

ପାଇଛି ଅମର ବର

ଅଲୀନ ଅକ୍ଷୟ କି ମନ୍ତ୍ରଣା ଜାଣେ

ବିଲୁପ୍ତ କରେ ସଂସାର।


ଅତି ଜ୍ଞାନୀ ଭାବେ ନିଜକୁ ମଣିଷ

(ତାକୁ) ଭାବଇ ଅଦରକାରୀ

ବିଜ୍ଞାନକୁ ବୁଝି କାମେ ଲଗାଇଲେ

ହୁଅନ୍ତା ସେ ଦରକାରୀ।


ତା କାଚ ପ୍ଲାଷ୍ଟିକ ପଲିଥିନ ଯେତେ

କରିପାରିଲେ ଶୋଧନ

ଗଢିଲେ ଜିନିଷ ବିଭିନ୍ନ ପ୍ରକାର

ହସିବ ପୁନଃଚକ୍ରଣ ।


ଖେଳଣା ଗଢିଲେ ଟୁକୁରା କାଗଜେ

ରିଫିଲ ରେ କେତେ ଚିତ୍ର

ହେବ ଫୁଲକୁଣ୍ଡ ନଡ଼ିଆ ଖୋଳପା 

ବିଜ୍ଞାନ ଲେଖିବ ପତ୍ର।


ଆସନ ବିଞ୍ଚଣା ସୌଖୀନ ସାମଗ୍ରୀ

କରିଦେଲେ ଉପଯୋଗ

ହସିବ ପ୍ରକୃତି ହସିବ ମଣିଷ

(ପାଇ) ଘରୋଇ ଉଦ୍ୟୋଗ।


ଟାୟାର ରେକ୍ସିନ ପଚିଲେ ସଢ଼ିଲେ 

ଚମଡା ଅଳିଆ ସାଥେ

ରୋଗକାରକଙ୍କ ବଂଶବୃଦ୍ଧି ହେବ

କିଏ ବଞ୍ଚିବ ଜଗତେ ?


ଘର ଓ ବାହାର କର ହେ ନିର୍ମଳ

(କିଛି) ଆବର୍ଜନା କର ଖତ

ଜଳ ପରିମଳ କାମେ ଲଗାଇଲେ

ଗଢିବା ସ୍ଵଚ୍ଛ ଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational