STORYMIRROR

DR PRASANTA KUMAR BISWAL

Classics

3  

DR PRASANTA KUMAR BISWAL

Classics

ଆବେଗ

ଆବେଗ

1 min
1.5K


ଆବେଗ କେବେଦୁଃଖସୁଖ,

ଅବା ପରିଭାଷା ପ୍ରେମର ପ୍ରତୀକ,

ଆବେଗ,ଅଇରୀ ବୈଶାଖ ପବନ

 ଅବା ଚଇତି ବଂଶୀର ମୋହନ।


ଆବେଗରୁ ସୃଜନ

ଆବେଗରୁ ମରଣ

ଆବେଗରୁ ଚିନ୍ତନ

ଆବେଗରୁ ମନ୍ଥନ

ଆବେଗରୁ ହୁଏ ବୃଦ୍ଧ ଯୌବନ

ଆବେଗ ବିନା ନୀରସ ଜୀବନ।


ଆବେଗ ରୁ ନୀଳୟ

ଆବେଗରୁ ମଳୟ

ଆବେଗରୁ ନିରାମୟ

ଆବେଗରୁ ମୃତ୍ୟୁଞୟ

ଆବେଗରୁ ଜୀବନ ମଧୁମୟ

ଆବେଗରୁ ସଂସାର ସୁଧାମୟ

ଆବେଗ ବିନା ଜୀବନ ସଙ୍ଘର୍ଷମୟ

ଆବେଗ ବିନା ଆଜି ଦୁର୍ଦ୍ଦଶମୟ।

ଆବେଗବିନା ଜୀବନ ଜଞାଳମୟ

ଆବେଗ ବିନା ଜୀବନ ମହାପ୍ରଳୟ।


ଆବେଗରୁ ପୂର୍ଣ୍ଣ ହୁଏ ଅଭିଷ୍ଟ

ଆବେଗରୁ ଖଣ୍ଡନ ହୁଏ ରିଷ୍ଟ

ଆବେଗ ବିନା ଜୀବନ କାଷ୍ଠ

ଆବେଗବିନା ସକଳ ହୁଅନ୍ତି ରୁଷ୍ଠ

ଆବେଗ ବିନା ଜୀବନ ବଡ କଷ୍ଟ

ଆବେଗ ବିନା ଯାତ୍ରା ବି ବଡ କ୍ଳିଷ୍ଟ ।

ଆବେଗରୁ ତ ପ୍ରାରମ୍ଭ ଏ ସଂସାର

ଆବେଗବିନା ଏସଂସାର କିନାରଖାର ?


ଆବେଗ ଈଶ୍ବରଙ୍କ ଦାନ

ଆବେଗରୁ ଜୀବନ ମହାନ

ଆବେଗ ମିଶ୍ରିତ ଜୀବନ

ଲାଗେ ମଥୁରା ବୃନ୍ଦାବନ

ଆବେଗରୁ ମିଳେ ଅମୃତ ଜୀବନ

ରସାଣିତ ହୁଏ ନିଖିଳ ଭୁବନ,

ଆବେଗ ରହିତ ଜୀବନ,

ଜୀବନ ନୁହେଁ ସେ ଜୀବନ୍ତ ମରଣ, ରସମୟ ସୁଧାମୟ 

ଆବେଗରୁ ଜୀବନ ହେବ ଅମୃତମୟ

ସରସ ଉତ୍କର୍ଷ ସହ 

ଜୀବନଯାତ୍ରା ହେବ ସଙ୍ଗୀତମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics