STORYMIRROR

Ranjit Sahu

Romance Tragedy Classics

3  

Ranjit Sahu

Romance Tragedy Classics

ଆବଦ୍ଧ ପକ୍ଷୀର ସ୍ଵପ୍ନ

ଆବଦ୍ଧ ପକ୍ଷୀର ସ୍ଵପ୍ନ

1 min
140

କେତେଦିନ ଯାଏଁ ଲୁହା ପଞ୍ଜୁରୀରେ ଆବଦ୍ଧ-କିଛିଟା ଦାନା, କିଛିଟା ଜଳ ଆଉ ଆଶ୍ରୟର ମୋହରେ;ବିହଙ୍ଗନି ଭୁଲେଇ ପାରିବ ତାହାର ମନକୁ? ତିଳ ତିଳ ହୋଇ ନିତି ପ୍ରଭାତରେ ଜଳେ,ହୃଦୟ ତାହାର ବିଦାରି ପଞ୍ଜୁରୀ ବାହାରର ସଂସାର,ଝୁରେ ଦିନ ସାରା ସିଏ ଅମୁଲ୍ୟ ଗଗନକୁ,ଶ୍ଵାସରୁଦ୍ଧ କଣ୍ଠର ଅସ୍ପଷ୍ଠ କଳରବରେ I


ତାହାର ସତ୍ୟକୁ ସ୍ଵପ୍ନରେ ପରିବର୍ତ୍ତନ କରେ,ସ୍ଥୁଳ ଧାତୁର ଅଭେଦ୍ୟ ପ୍ରାଚୀର,ଚାରି ଦୁଆରରେ ଆବଦ୍ଧ ନବବଧୂର ପିପାସା,ତାହାର ଅଙ୍ଗ ଅଙ୍ଗକୁ ଭେଦି ଯାଏ ଚୁଡ଼ିର ଝଙ୍କାର,ବ୍ୟଥିତ ମନରେ ତାହାର ରେଖାଙ୍କିତ ହୁଏ ଅତୀତ,'ସାଥୀର ନୀଡ଼, ସାଥୀର ସଂସାର ଆଉ ସାଥୀର ଭରସା', ଧ୍ଵଂସ ହୁଏ ନିତି ତାହାର କାରାରୁଦ୍ଧ ସଂସାରରେ I  


ହଜିବାକୁ ଦିଅ ତାହାକୁ ତାହାର ସତ୍ୟରେ ,ବିସ୍ତିର୍ଣ୍ଣ ନିଳାଭର ଅସୀମିତ ରୋମାଞ୍ଚକୁ,

ଚାଖିବାକୁ ଦିଅ ତାହାର ତୃଷାର୍ତ୍ତ ଜିଭରେ,

ଶୁଭ୍ର ମେଘର ପବିତ୍ରତାରେ ଆଚ୍ଛାଦିତ,ହେବାକୁ ଦିଅ ତାହାର ପ୍ରତିଟି ପରକୁ:ଭରିବାକୁ ଦିଅ ଶବ୍ଦହୀନ ଆକାଶରେ,ଉନ୍ମୁକ୍ତ ଆନନ୍ଦ, ଖୋଲା ଡେଣାର ଫଡଫଡ଼ରେ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance