ଆ ପ୍ରିୟା ଆ
ଆ ପ୍ରିୟା ଆ
ଆ ପ୍ରିୟା ଆ
ଭିଜିବା ବର୍ଷାରେ
ହାତରେ ହାତକୁ ଦେଇ
ଆ ପ୍ରିୟା ଆ
ଉଡିବା ଆକାଶେ
ଦୁଇ ପ୍ରେମପକ୍ଷୀ ହୋଇ।
ଆ ପ୍ରିୟା ଆ
ଦେଖିବା ବସନ୍ତ
ଦେହରେ ପ୍ରୀତି ସମୀର
ଆ ପ୍ରିୟା ଆ
ଶୁଣିବା ଟିକିଏ
ପ୍ରେମର ମଧୁର ସ୍ୱର।
ଆ ପ୍ରିୟା ଆ
ବୁଲିଯିବା ଟିକେ
ପ୍ରୀତିକାନନକୁ ଆମେ
ଆ ପ୍ରିୟା ଆ
ପହଁରିବା ଟିକେ
ପ୍ରୀତି ସାଗରରେ ଆମେ।
ଆ ପ୍ରିୟା ଆ
ବସିବା ଏକାନ୍ତେ
ହେବ ମଧୁସମ୍ଭାଷଣ
ଆ ପ୍ରିୟା ଆ
ମିଶିଯା ମୋ ସଙ୍ଗେ
ହୋଈବା ଆମେ ପୂରଣ।
ଆ ପ୍ରିୟା ଆ
ଆ ଖେଳିବା ହୋଲି
ଦେହେ ବୋଳି ପ୍ରେମରଙ୍ଗ
ଆ ପ୍ରିୟା ଆ
ହସିବା ଟିକିଏ
ମନେ ଭରିଣ ଉମଙ୍ଗ।
ଆ ପ୍ରିୟା ଆ
ପାଖକୁ ଟିକିଏ
ରହିଛୁ ଦୁରେଇ କିଆଁ
ଆ ପ୍ରିୟା ଆ
ଲିଭେଇ ଦେ ଟିକେ
ଜଳୁଛି ପ୍ରେମର ନିଆଁ।

