STORYMIRROR

Pranati Mahapatra

Abstract

2  

Pranati Mahapatra

Abstract

ଆ ଖେଳିବା

ଆ ଖେଳିବା

1 min
2.9K

ବୟସ ବଢିଛି,ମଥା ଉପର ବାଳ 

ଗୋଟେ ଗୋଟେ ଦିଶିଲାଣି ଧଳା

ହେଲେ ଏ ଫଗୁଣ ଆସିଲେ ହୋଲି ବେଳେ

କାହିଁ ବେଶୀ ମନ ହୁଏ ବାଉଳା

ସକାଳୁ ସକାଳୁ ଆମ୍ବ ବଉଳରେ

ଫଗୁଣ ମଳୟ ବାଜି ଯାଏ ଦେହେ

ଶିରି ଶିରି ବାଆ ଶୀତଳ ପରଶେ

ଲାଗେ ମୁଁ ଅଛି କି ଛୁଆ

ବୟସ ତ ବଢିଛି ମଥାର ଚୁଳ ଦିଏ କହି

ମନ କିଆଁ ଲାଗେ ଶିଶୁ

ପୁରୁଣା କାହାଣୀ ବାଲ୍ୟ ଚପଳାମୀ

ଆଖିରେ କିଆଁ ଝଲସୁ

ସବୁଠି ଫଗୁଣ ମୁରୁକି ହସଇ ଆମ୍ବ

ନିମ୍ବ,ଓସ୍ତ ବର ଡାଳରେ

ନବ ପଲ୍ଲବୀତ ବୃକ୍ଷ ଶୋଭାରାଜି

ହସନ୍ତି ମହାନନ୍ଦରେ

ହାତକୁ ହଲାଇ ଡାକେ କୃଷ୍ଣ ଚୁଡା

ପୁଣି ରାଧାଚୂଡା ସାଥି

ସମି ବୃକ୍ଷ ବି ଡାକୁଛି ଖୁସିରେ

ଆସ ଗୋ ଖେଳିବା ହୋଲି

ବୃକ୍ଷର ଫୁଲ ପତ୍ର ଆଉ ଅଙ୍ଗାର

ମିଶ୍ରିତ ପ୍ରାକୃତିକ ରଙ୍ଗେ

ସାଙ୍ଗ ସାଥି ମିଶି ଖେଳୁ ମହାନନ୍ଦେ

ଭୁଲି ସବୁ ବାଦ ବିବାଦେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract