ଆ ଜହ୍ନରେ ତୋଳିବା ଘର !
ଆ ଜହ୍ନରେ ତୋଳିବା ଘର !
ମଉଳିନି ତୁମ ଜହ୍ନର ଜୋଛନା
କଳା ବାଦଲଟା ରହିଛି ଦୂରେ ।
ସପନ ସଉଧ ଭୁଶୁଡି ଯାଇନି
ପଛକୁ ଲେଉଟି ଦେଖତ ବାରେ ॥
ତୋ ମନ ମନ୍ଦିରେ ହୃଦୟ କନ୍ଦରେ
ତୋଳିଥଲୁ ଘର ମୋରି ପାଇଁ ।
କହିଥଲୁ ଦିନେ ଏତେ ଭଲପାଉ
ମୋର ଯାହା ସବୁ ତୋରି ପାଇଁ ॥
ଭଲ ପାଇବାକୁ ନିଜର କରିକି
ସବୁ କରିଦେଲି ତୋ ନାଁ ରେ ।
ସପ୍ତମୟ ପ୍ରୀତି ଜ୍ୟୋତ୍ସାଭିଜା ରାତି
ସାଇତି ଥୁଲି ଯା ମୋ ଜୀବନରେ ॥
ଏବେ ତୁ ସାଜିଲୁ ବାହୁଡା ପଥକ
ଆଖିର ସପନ ରହିଲା ଅଧା ।
ହାରିବା ଜିତିବା ମଝିରେ ରଖ ତୁ
ବାଣ୍ଟି ନେଲୁ ସବୁ ଅଧା କୁ ଅଧା II
କଥାଥିଲା ତୋର ମୋର ଏଇମିତି
ଦୁହେଁ ଦୁହିଁଙ୍କୁ ଖୋଜୁଥିବା !
ପୃଥିବୀ ପୃଷ୍ଟରେ ହେଉ କି ନ ହେଉ ଆ ଜହ୍ନରେ ଘରଟେ ତୋଳିନେବା !
...ଚନ୍ଦ୍ରକାନ୍ତ ନାୟକ !

