STORYMIRROR

Santosh Mishra

Abstract Comedy Others

2  

Santosh Mishra

Abstract Comedy Others

ଆ ଘରେ ରହିବା

ଆ ଘରେ ରହିବା

1 min
121

ତୁ ମୁତୁରୀକୁ ମୁଁ ତ ମୁତୁରା

କେତେ ସେଜ ବଦଳାଇବା,

ଆ, ଗୋଟେ ବିଛଣାରେ ଶୋଇବା


ତୁ କଳିହୁଡ଼ି ମୁଁ ବି କଳିହା

କାହିଁକି ଝଗଡା ଲାଗିବା,

ଆ, ଗୋଟେ ପଲଙ୍କରେ ବସିବା


ତୁ ଚଟପଟି ମୁଁ ଫାଷ୍ଟ ଫୂଡ଼

କେତେ ଏ ହାଟରେ ଖୋଜିବା,

ଆ, ମିଶି ରାନ୍ଧି ଘରେ ଖାଇବା


ତୋତେ ଡିଏଁ ଛିଙ୍କ ମୋତେ ଡିଏଁ ଜ୍ୱର

କାହିଁକି ବାହାରେ ବୁଲିବା,

ଆ, ଘର ଭିତରେ ହିଁ ରହିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract