STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଆ ଧନମଣି ଆ

ଆ ଧନମଣି ଆ

1 min
188

ଧାଡ଼ି ପହଣ୍ଡିରେ ମୋ ସୁନା କାଳିଆ

ଆଆ ଧନମଣି ଆଆ

ବାନ୍ଧି ସେନାପଟି ହେ ଚକାନୟନ

ବଡ଼ଦାଣ୍ଡକୁ ତୁ ଆଆ ।


ତୋ ସାତପାହୁଚେ ଲାଗିବ ଟାହିଆ

ଚାଲୁଥିବୁ ଝୁଲିଝୁଲି

ମଣିମା ମଣିମା ପଡୁଥିବ ଡାକ

ଯିବ ପାପ ତାପ ହରି ।


ଘଣ୍ଟ ଘୋଷ ନାଦେ ଭକତ ବିଶ୍ୱାସ

ହେଉ ପୁନଃ ସଞ୍ଜୀବିତ

ମୋହ ଭୟଭ୍ରାନ୍ତି ଦୁଃଖ ଅବସାଦ

କର ନାଥ ଦୂରିଭୂତ ।


ଜୀବନ ଦର୍ଶନ ହେଉ ଉତ୍ତରଣ

ଚଳୁ ଜାତି ନନ୍ଦିଘୋଷ

ଜାତି ଧର୍ମ ବର୍ଣ୍ଣ ସମନ୍ୱୟ ଐକ୍ୟ

ପ୍ରଚୋଦୁ ଦିବ୍ୟ ସନ୍ଦେଶ ।


ଅମୃତ ସତ୍ୟର ହେଉ ସଞ୍ଚାରଣ

ଉଦ୍ଧରୁ ପତିତ ଜନ

ଶୁଭୁ ଜୟଘୋଷ ଜୟ ଜଗନ୍ନାଥ

ଉଡୁ ବିଜୟ କେତନ ।



Rate this content
Log in

Similar oriya poem from Inspirational