STORYMIRROR

Ajay kumar Behera

Classics

3  

Ajay kumar Behera

Classics

4- "ସମ୍ପର୍କ"

4- "ସମ୍ପର୍କ"

1 min
373

ସମ୍ପର୍କର ଡୋର

ସତେ କେଡ଼େ ସୁନ୍ଦର

ବାନ୍ଧି ରଖି ଥାଏ

କରି ଭାରି ଆଦର


ଏଇତ ଜୀବନ

ଲୋଡ଼େ ସମ୍ପର୍କଟିଏ

ସୁଖ କି ଦୁଃଖରେ

ହସି ହସାଉ ଥାଏ


ଭାଇଙ୍କ ସମ୍ପର୍କ

ସତେ କେଡ଼େ ଆଦର

ବାପାଙ୍କ ସମ୍ପର୍କ

ନିଜଠୁ ବି ନିଜର


ଯେତେବି ସମ୍ପର୍କ

ସବୁ ଲାଗଇ ତୁଚ୍ଛ

ମା' ସମ୍ପର୍କ ଆଗେ

ସବୁ ଲାଗଇ ମିଛ


ବନ୍ଧୁତା ସମ୍ପର୍କ

ବନ୍ଧା ସ୍ୱାର୍ଥ ଡୋରେ

ଟିକେ ଉଣା ହେଲେ

କଟେ ଅକାରଣରେ


ପ୍ରକୃତି ସମ୍ପର୍କ 

ସତେ ଭାରି ନିଜର

ବାନ୍ଧି ରଖି ଥାଏ

କରି ସେ ଆପଣାର


ନ ଥାଏ ସ୍ୱାର୍ଥ କି

କୁଟ କପଟୀ ଡୋର

ପ୍ରକୃତି ପ୍ରେମରେ

ସବୁ ଲାଗେ ସୁନ୍ଦର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics