4- "ସମ୍ପର୍କ"
4- "ସମ୍ପର୍କ"
ସମ୍ପର୍କର ଡୋର
ସତେ କେଡ଼େ ସୁନ୍ଦର
ବାନ୍ଧି ରଖି ଥାଏ
କରି ଭାରି ଆଦର
ଏଇତ ଜୀବନ
ଲୋଡ଼େ ସମ୍ପର୍କଟିଏ
ସୁଖ କି ଦୁଃଖରେ
ହସି ହସାଉ ଥାଏ
ଭାଇଙ୍କ ସମ୍ପର୍କ
ସତେ କେଡ଼େ ଆଦର
ବାପାଙ୍କ ସମ୍ପର୍କ
ନିଜଠୁ ବି ନିଜର
ଯେତେବି ସମ୍ପର୍କ
ସବୁ ଲାଗଇ ତୁଚ୍ଛ
ମା' ସମ୍ପର୍କ ଆଗେ
ସବୁ ଲାଗଇ ମିଛ
ବନ୍ଧୁତା ସମ୍ପର୍କ
ବନ୍ଧା ସ୍ୱାର୍ଥ ଡୋରେ
ଟିକେ ଉଣା ହେଲେ
କଟେ ଅକାରଣରେ
ପ୍ରକୃତି ସମ୍ପର୍କ
ସତେ ଭାରି ନିଜର
ବାନ୍ଧି ରଖି ଥାଏ
କରି ସେ ଆପଣାର
ନ ଥାଏ ସ୍ୱାର୍ଥ କି
କୁଟ କପଟୀ ଡୋର
ପ୍ରକୃତି ପ୍ରେମରେ
ସବୁ ଲାଗେ ସୁନ୍ଦର
