୩୧ଦିନ: ୩୧ଲିଖନ ସଙ୍କେତ prompt16-ହାତ ଖଟିଲେ
୩୧ଦିନ: ୩୧ଲିଖନ ସଙ୍କେତ prompt16-ହାତ ଖଟିଲେ
ହାତ ଖଟିଲେ ପେଟ ଖାଇବ
ଦୁଇ ଓଳି ସକାଳ, ସଂଜ ରେ ଝାଡା ଗଲେ ତା ପଇସା କି ବଇଦ ଖାଇବ।
ଶୁଣିବନି,ମେଞ୍ଚେ ପାଇବ ବୋଲି
ବିଦେଶ ଧାଇଁବ।
ଥରେ ସମୟ ଥାଇ ବୁଝି ଯାଅ।
ନିଜ ମାଟିରେ ଖଟି ଖାଅ।
ପାଞ୍ଚ କମେଇ ଦୁଇ ଠଣାରେ ରଖ ଭବିଷ୍ୟତ ପାଇଁ।
ଦରକାର ବେଳେ ଦେଶ କ'ଣ,ବିଦେଶ କ'ଣ କେହି ପିଠିରେ ପଡିବେ ନାହିଁ
ନିଜ ମାଟିରେ ଗୁପ୍ତଧନ ଅଛି।
ମୋ ପାଖରେ ପରଳ ମଡ଼ା ଆଖି ଅଛି।
ମୋ ମାଟି ମୋ ମାଆ ସରଗ ଠୁ ବଳି ଆହାଃ।
ସୁନାର ଫସଲ ଏଇଠି ଫଳେଇ
ପିଲାଝିଲା ଚଳେଇବି
ଆନନ୍ଦରେ ଦୁଆରେ ଚାରି ଘେରା ବୁଲି ଆସିବି।
ଲୋକ ଭାବନ୍ତି ସଞ୍ଚିଲା ଧନ ଭୂତ ଖାଏ।
ନାଇଁ ସଞ୍ଚିଲା ଧନ ଆଗ ପିଢୀ ପାଇଁ ଥାଏ।
ଲମ୍ବା ପଣତ ଶରୀର ଢାଙ୍କେ।
ବେଳ ଥାଉ ବାପଧନ ସୁଧୁରି ଯା ।
ଶୁଖିଲା,ପୋକା ଫାଳେ ରୁଟି ମୋତେ ନ ଦେଖା।
