Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Dash

Tragedy Inspirational Children

4  

Amita Dash

Tragedy Inspirational Children

୩୧ ଦିନ: ୩୧ ଲିଖନ ସଙ୍କେତPrompt -ଆମ କବଜାରେ ଲୁହା ଶିକୁଳି

୩୧ ଦିନ: ୩୧ ଲିଖନ ସଙ୍କେତPrompt -ଆମ କବଜାରେ ଲୁହା ଶିକୁଳି

1 min
260



ଚାହୁଁନାହିଁ ଆମେ ଗଣ ଆନ୍ଦୋଳନ ଅବା ବିପ୍ଲବ।

ଆମେ ଶାନ୍ତି ର ପ୍ରତୀକ।

ଆମ ହୃଦୟ ଦାସତ୍ୱ ର ଅତ୍ୟାଚାର ରେ ଆନ୍ଦୋଳିତ।

ଅନ୍ଧବିଶ୍ୱାସ, କୁସଂସ୍କାର ରେ କରୁନା ବିଶ୍ବାସ।

ଏକା ପାରିବୁନି,ତେଣୁ ଏକତାର ବଳରେ ଵଳିୟାନ।

ହାତ ମୁଠାରେ ଅଛି କ୍ରାନ୍ତି ର ମଶାଲ।

ଆମକୁ ବାନ୍ଧି ପାରିବନି ପରାଧିନତା ର ବେଡି।

ଲୁହା ଶୃଙ୍ଖଳର କଡି।

ଥରେ ଆମ ହାତ ମୁଠା ର ଲୁହା ଶିକୁଳି ରେ ଫସିଗଲେ 

ଶତ୍ରୁ ଆଉ ହୁଗୁଳି ପାରିବନି।

ଆମେ ରହିପାରୁନି ଗୋଟେ ଯାଗା ସ୍ଥିର ହୋଇ।

ଘୁରି ବୁଲୁ ଗ୍ରାମ,ନଗର, ପ୍ରାନ୍ତର ଏ କୋଣ ସେ କୋଣ।

ଗୃହ ଭେଦୀ ଶତ୍ରୁ,ଉଚ୍ଛୃଖଳ ପରାଧିନତା

ଆମକୁ ଭିତରୁ ଦିଏ ଦୋହଲାଇ।

ଆମର ରାମରାଜ୍ୟ ରେ ବିଶ୍ବାସ।

କିନ୍ତୁ ରାବଣର ବ୍ୟଭିଚାର ର ସ୍ଥାନ ନାହିଁ।

ଗୋଡର ଶିକୁଳି ଛିଡେଇ ପିନ୍ଧିଦେବୁ କରି ଗଳାର ତୁଳସୀ ମାଳି।

ଦେଇ ଦେବୁ ଦେଶ ପାଇଁ ପ୍ରାଣବଳି।



Rate this content
Log in

Similar oriya poem from Tragedy