STORYMIRROR

Amit Bal

Tragedy Action Thriller

4  

Amit Bal

Tragedy Action Thriller

(୧୫)*ଲକ୍ ଡାଉନ୍* ସ୍ମୃତି ୨୦୨୦

(୧୫)*ଲକ୍ ଡାଉନ୍* ସ୍ମୃତି ୨୦୨୦

1 min
179

ଭୟଭୀତ ହୋଇ କରୋନା ଭୟରେ

       ଲକ୍ ଡାଉନ୍ ହେଲା ସାରା ଦେଶ

ପରିସ୍ଥିତି ବୁଝି ସବୁ ଦେଶ ବାସୀ

       ଘରେ ହିଁ ରହିବା କଲେ ଅଭ୍ୟାସ,


ସ୍କୁଲ କଲେଜ ଅଫିସ ଦେବାଳୟ 

       ସାଥେ ବଜାର ହାଟ ବନ୍ଦ ହେଲା

ଯିଏ କଥା ମାନି ସଙ୍ଗରୋଧ ହେଲା

         ନିଜକୁ ବିପଦରୁ ରକ୍ଷା କଲା,


ଏମିତି ଅବସ୍ଥା କଳ୍ପନା ନଥିଲା

      ମଣିଷ ଜୀବନରେ କେବେ ଦିନେ

ଭଲା ମହାମାରୀ ଆସିଲି ଏଯୁଗେ

       ପରସ୍ପର ଠୁ ସବୁ ହେଲେ ଭିନେ ,


ସାକ୍ଷାତ ମୃତ୍ୟୁ କୁ ମଣିଷ ଦେଖିଲା

        ଧନୀ କି ଗରୀବ ନିର୍ବିଶେଷରେ

ସତେକି ଯେପରି ଜମାରୁ ନଥିଲା

       କିଛି ବାଛବିଚାର ତା' ପାଖରେ ,


ଜନ ସାଧାରଣ ବଳି ଚଢି ଗଲେ

     ଚାକିରୀ ବ୍ୟବସାୟ ସବୁଯେ ଗଲା

ଆତୁରେ ମଣିଷ ଖୋଜେ ପ୍ରତିକାର

      କେବେ ବାହାରିବ ଔଷଧ ଭଲା ,


ତ୍ରାହି ତ୍ରାହି ଆଜି ସମଗ୍ର ଜଗତେ

      ଏବେ ବି ଲକ୍ ଡାଉନ୍ ବିଦେଶେ

ଆଗକୁ କଣ ହେବ କହି ହେଉନି

       ଅନ୍ଧାର ଘୋଟୁଛି ମନ ଆକାଶେ ..... !


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy