Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Classics Inspirational

4.0  

Amit Bal

Action Classics Inspirational

(୧୪)#ଆଲୋକର ପର୍ବ ଦୀପାବଳି #

(୧୪)#ଆଲୋକର ପର୍ବ ଦୀପାବଳି #

1 min
213


ଆସି ଅଛି ପୁଣି ଦୀପାବଳୀ ଆଜି

ଏ ପୁର ପଲ୍ଲୀର କୋଣେ ଅନୁକୋଣେ

              ଖୁସିର ପସରା ମେଲି ,

ଦାଉ ଦାଉ ହୋଇ ଜଳିବ ଦୀପାଳି

 ପ୍ରୀତିର ମହୀରେ ନକ୍ଷତ୍ର ଙ୍କ ପରି

            ମନେ ହେବ ନଭ ବୋଲି ,


ଯୋଜନ ଯୋଜନ ଅନ୍ଧାର ଦୂରେଇ

ମହାଲକ୍ଷ୍ମୀଙ୍କ ର ଆରାଧନା ପାଇଁ

             ଆଜି ଏତେ ଆୟୋଜନ ,

ଏ ଦିବସେ ରାଜା, ଶ୍ରୀରାମ ଅଯୋଧ୍ୟାର

ଫେରି ଥିଲେ ରଖି ନାଆଁ ଯେ ସତ୍ୟର  

                ବଧ କରି ଦଶାନନ ,


ବଳିରାଜା ଉଭା ମର୍ତ୍ତ୍ୟ ମଣ୍ତଳରେ

ହୁଅନ୍ତି ଏଦିନ ଥରେ ବର୍ଷକରେ

              ଭ୍ରମଣର ଯୋଗ ନେଇ,

ସମଗ୍ର ଜଗତ ଯେବେ ନାଚୁଥାଏ

ହସ ଖୁସି ଆଉ ଆନନ୍ଦ ପରାଏ

              ମନକୁ ମନେ ମିଶାଇ ,


ବଡ଼ ବଡିଆଙ୍କୁ ପୂଜନ୍ତି ଏଦିନ

ଦାନ ଧର୍ମ ପିଣ୍ଡ କରି ସୁଧିଜନ

             ପୂଣ୍ୟ ଯେ ଲଭିବା ପାଇଁ ,

ମଧ୍ୟ ରାତ୍ରେ ପୁଣି କାଳୀପୂଜା ‌‌‌‌‌‌‌ସାଥେ

ତନ୍ତ୍ର ମନ୍ତ ଯଜ୍ଞ ହୁଏ କେତେ କେତେ

              ସିଦ୍ଧି ଅରଜିବା ପାଇଁ ,


ଦୀପାବଳି ଅଟେ ଆଲୋକର ପର୍ବ

ସ୍ନେହ ପ୍ରେମ ବାଣ୍ଟି ଭୁଲିଯାଅ ଗର୍ବ

            ରଖ ନାହିଁ ମନେ ଦ୍ୱେଷ ,

ଦେବୀ ମାତା ପାଶେ କର ଏ ମିନତୀ

ଦୁଃଖ ଶୋକ ରୋଗ ଦୂରେ ଯାଉ ସାଥୀ

             ହସୁ ଏ ଭାରତ ବର୍ଷ........ ।

      



Rate this content
Log in

Similar oriya poem from Action