100 ବର୍ଷ
100 ବର୍ଷ
ଜୀବନେ ହେଉ ସୁଦୀର୍ଘ ଆୟୁ
ପ୍ରଫୁଲ୍ଲିତ ସଦା ରହୁ ଶ୍ୱାସ ବାୟୁ
ସୁଖ ଦେଇ ଟିକେ ଦୁଃଖ ବି ମିଳୁ
ଶତ୍ରୁ ସର୍ବଦା ଜୁଇରେ ଜଳୁ
ଜ୍ଞାନ ଆହରଣ ଜୀବ ଉଜାଗର
ଜୀବନେ ନହୁଁ କେବେ ବ୍ୟଭିଚାର
ସୁପଥ ସଦା ବାଟେ ବାଟେ ମିଳୁ
ସଂସ୍କୃତି ସଦା ଦୀପ୍ତ ରେ ଜଳୁ
କିଛି ନ ପାଇବା ଆଶା ନ ରହୁ
ଟିକି ରେ ସନ୍ତୁଷ୍ଟି, ଭରି ଜାଉ ମହୁ
ଦେଇ ଜାଣିବା ଅଭ୍ୟାସ କରି
ଆତ୍ମା ପ୍ରାଣେ ସଦା ଚିନ୍ତ ହେ ହରି
ଶୁଭ କାମନାର ଆଶ୍ବସ୍ଥି ମିଳୁ
100 ବର୍ଷ ଯାଏଁ କେଣ୍ଡେଲ ଜଳୁ
