STORYMIRROR

Amit Bal

Tragedy

3  

Amit Bal

Tragedy

(୦୮)*ଆତଙ୍କିତ ଅଭିଭାବକ*ସ୍ମୃତି୨୦୨୦

(୦୮)*ଆତଙ୍କିତ ଅଭିଭାବକ*ସ୍ମୃତି୨୦୨୦

1 min
221

ସମୟର ଏଇ ସନ୍ଧିକ୍ଷଣେ ଏବେ

          ଆତଙ୍କିତ ସବୁ ଅଭିଭାବକ

ଭୟ ତାଙ୍କ ମନେ ବିରାଜୁଛି ନିତି

     କେହି ହୋଇପାରେ ରୋଗ ବାହକ,


ସ୍କୁଲ କଲେଜ ସିନା ବନ୍ଦ ରହିଛି

         ଟିଉସନ ଚାଲିଛି ଘରେ ଘରେ

ଜଣା ପଡିବନି କିଛି ବର୍ତ୍ତମାନ

          ସବୁ ଜଣା ଯିବ ଦି ଦିନ ପରେ ,


ବସୁ ତ ନାହାଁନ୍ତି କେ ଦୂରତା ରଖି

        ଗପିବାକୁ ଅଛି କେତେ କି ବାକି ,

ଅଭିଭାବକଙ୍କ ବୁଡି ଅଛି ଭେଳା

         ପିଲା ବୁଲୁଛନ୍ତି ହୋଇଣ ମେଳା ,


ସ୍କୁଲ ହେବ ଖୋଲା ଜଣା ନାହିଁ କେବେ

          ପଢିବାକୁ କିଏ ଆସିବ ଭାବେ,

ଭୟ ନାହିଁ କା'ର ରୋଗକୁ କୁହନା

       ରୋଗ ଲାଗି ପରା ଏତେ ବାହାନା,


ଅଭିଭାବକଙ୍କ ତ ଗୋଟିଏ କଥା

        ଭେକ୍ସିନ୍ ପାଇଁ ତାଙ୍କ ମୁଣ୍ଡବ୍ୟଥା

ପଢାପଢି ସବୁ ହେଲାଣି ବେକାର

         ପିଲା ବୁଝୁ ନାହିଁଁ ସ୍ଥିତି ଗମ୍ଭୀର ..... ।


           

         


        




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy