STORYMIRROR

Amit Bal

Tragedy

4  

Amit Bal

Tragedy

(୦୩)#ଯନ୍ତ୍ରଣା#

(୦୩)#ଯନ୍ତ୍ରଣା#

1 min
197

ଯନ୍ତ୍ରଣା ଭୟଙ୍କର ଅନୁଭୂତିର ଜଡସଡ ମୁହୂର୍ତ୍ତ

କେବେ କେବେ ମୃତ୍ୟୁର ଆଶଙ୍କାରେ କ୍ଷତାକ୍ତ

ବିରହରେ ହେଉ କି ସେ ମଧୁରତାର ଈର୍ଷାରେ

କୃଷ୍ଣପକ୍ଷ ଅନ୍ଧାକାରେ ଅବା ଜ୍ୟୋତ୍ସ୍ନା ଲୋକରେ,


ଯନ୍ତ୍ରଣା ଗଢି ହୋଇଯାଏ ଧିରେ କେବେ କଳ୍ପନାରେ

ଛଟପଟ ହୃଦୟରେ ଭଲପାଇବାର ମିଛ ଦ୍ୱାହିରେ,

ଅଙ୍କୁରି ଯାଇ କନ୍ଦାଏ ସେ ଗୁମୁରି ଗୁମୁରି ଏକାନ୍ତରେ

ଆୟୁଷକୁ ରକ୍ତାକ୍ତ କରେ ଦେହ ଦାହର ସଂପର୍କରେ,


ଯନ୍ତ୍ରଣା ଜୀବନକୁ ଜାଳିପୋଡ଼ି ମାରେ କରିଦିଏ ଅକାମୀ

କେବେ ମାପିହୁଏ ସେ ଅପମାନ, କେବେ ପୁଣି ବି ହୁଏନି,

କେମିତି ଗୋଟେ ଛନ୍ଦଥାଏ ତା'ସେ ନିରବ ମୂର୍ଚ୍ଛନାରେ

ସହିଷ୍ଣୁତାର ସୀମା ଟପି ମାଡିବସେ ଅକସ୍ମାତ ଅଧିରେ ,


ଶୋକାତୁର ହୋଇ ଜୀବନ କରେ ରକ୍ତନଦୀ ସନ୍ତରଣ

କେତେବେଳେ ଉତୁରି ଆସେ ଶବ୍ଦଟିଏ, ବଡ଼ ହିଁ ଦାରୁଣ

ଚେହେରାରେ ଦିଶେ ଛାତିର ସୁନାମି ପ୍ରତିବିମ୍ବିତ ହୋଇ

ନିରବରେ ନିର୍ଜନରେ ଭିଡ଼ରେ ଗର୍ଜନରେ ଆତ୍ମାକୁ ଛୁଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy