Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

shibaram dalai

Inspirational

3  

shibaram dalai

Inspirational

ଅଛୁଆଁ

ଅଛୁଆଁ

1 min
552


ଶିବରାମ ଦଳେଇ

(ସାଲେପୁର)

ଗାଁରେ ବସିଥାଏ ବିରାଟ ସଭା । ସଭାରେ ବସିଥିଲେ ଗାଁର ମୁଖିଆ, ବ୍ରାହ୍ମଣ ସମାଜ ର ମୁଖ୍ୟ, ଆଉ ଗାଁର ବିଭିନ୍ନ ଜାତିର ଶହ ଶହ ଲୋକ ।ସଭା ମଝିରେ ଥିବା ପୁରୁଖା ଆମ୍ବ ଗଛରେ ବନ୍ଧା ହେଇଥାଏ ଗୋଟେ ନିରୀହ ଆତ୍ମା ।ତାହାର ଦୋଷ ସେ ଗୋଟେ ବ୍ରାହ୍ମଣ ଝିଅକୁ ଛୁଇଁ ଦେଇଛି।ତାହାର ଏ ଦୋଷ ପାଇଁ କିଏ କେତେ ପ୍ରକାର ଦଣ୍ଡ ଦେବାକୁ କହୁଥାନ୍ତି ।କିଏ କହୁଥାଏ ତାକୁ ନିଆଁ ପାଣି ଅଟକ ତ କିଏ କହୁଥାଏ ତାକୁ ଗାଆଁରୁ ବିତାଡିତ କର ।

ଗାଁର ମୁଖିଆ ଠିଆ ହୋଇ କହିବାକୁ ଲାଗିଲେ ଏ ସଭା ହରିଆ(ନିରୀହ ଆତ୍ମା)କୁ ବାରଅଣା ଜୋରିମାନା ସହ ସମସ୍ତ ବ୍ରାହ୍ମଣ ପରିବାର ର କପଡା ଏକ ବର୍ଷ ଯାଏ ବିନା ପାରିଶ୍ରମିକ ରେ ସଫା କରିବା କୁ ନିର୍ଦ୍ଦେଶ କଲା ।

ସଭା ଭଙ୍ଗ ହେଲା ଥପ କିନା ବସି ପଡ଼ିଲା ହରିଆ ।ଏବେ ହରିଆ ଭାବୁଥିଲା ତାହାର ଦୋଷ "ସେ ଧୋବା ଜାତିରେ ଜନ୍ମ ନେବା ନା ସ୍କୁଲରୁ ଫେରୁଥିବା ବ୍ରାହ୍ମଣ ପରିବାରର କୁନି ଝିଅ ଯେ କି ନିଜ ସାଇକେଲ ର ଭାରସାମ୍ୟ ହରାଇ କେନାଲ ଭିତରେ ବୁଡି ଯାଉଥିବା ରୁ ବଞ୍ଚାଇବା ।" ଆଉ ମଧ୍ୟ ଭାବୁଥିଲା ବ୍ରାହ୍ମଣ ମାନଙ୍କ କପଡା ସଫା କଲା ପରେ କିପରି ପବିତ୍ର ହେଇଯାଏ, ସେ ବି ତ ତାହା ହାତର ଛୁଆଁ ।

-ସମାପ୍ତ-


Rate this content
Log in

Similar oriya story from Inspirational