shibaram dalai

Abstract

4.2  

shibaram dalai

Abstract

ଅଛୁଆଁ ଜାତି

ଅଛୁଆଁ ଜାତି

3 mins
260


ଧଡ଼କିନା ଡଷ୍ଟର ଯାଇ ପଛ ଵେଞ୍ଚର ପିଲାଟି ଦେହରେ ବାଜିଲା ସାଥେ ସାଥେ ସୂର୍ଯ୍ୟକାନ୍ତ ସାର (ମିଶ୍ର ସାର) ଗର୍ଜି ଉଠିଲେ ।ପାଠ ନାହିଁ ଶାଠ ନାହିଁ ପଳେଇ ଆସିଛ କଣ ଶଶୁର ଘର ବୁଲିବାକୁ ।ଘରେ ଶୋଇନାହୁଁ ଯେ ଏଠି ଆସି ଶୋଉଛୁ ।

    ପିଲାଟି ଆଖି ପତାକୁ ଧରି ଠିଆ ହେଇଥାଏ । ତା ହାତ ଆଙ୍ଗୁଳି ର ଫାଟ ବାଟଦେଇ ରକ୍ତ ଝରିବାକୁ ଲାଗିଲା ।ପିଅନ ଆସି ପିଲାଟି ଆଖି ପତାରେ ପୋଡା କପଡ଼ା ସହ କୌଣସି ଏକ ଔଷଧ ଗଛର ପତ୍ର ଲଗାଇ ଦେଲା ।

    ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ପିଲାଟି କୁ ପାଖକୁ ଡ଼ାକି ସବୁକିଛି ପଚାରିଲେ ।ପିଲାଟି କହିଲା ମୋ ନାଁ ସାଗର ।ମାଆ ମୋର ସ୍ଵର୍ଗବାସୀ । ବାପା ପାଖ ବଜାର ରେ ଜୋତା ସିଲେଇ ଓ ପଲିସ କରନ୍ତି । ସ୍କୁଲ ରୁ ଫେରି ମୁଁ ବାପାଙ୍କ କାର୍ଯ୍ୟ ରେ ସାହାଯ୍ୟ କରେ ।ଗତକାଲି ଦୋକାନ ଭିଡ଼ ଥିବାରୁ ଟିକିଏ ବିଳମ୍ବ ରେ ଫେରିଲୁ । ତା ପରେ ବାପା ରୋଷେଇ କଲେ ,ମୁଁ ପାଠ ପଢା ସାରୁ ସାରୁ ଶୋଇବା ବିଳମ୍ବ ହେଇଗଲା ।ସେଥିପାଇଁ ଶ୍ରେଣୀରେ ମୋ ଆଖି ଲାଗିଗଲା ।ମୁଁ ଅଛୁଆଁ ଜାତି ,ମୋତେ ନ ଛୁଇଁବେ ବୋଲି ମିଶ୍ର ଗୁରୁଜୀ ମୋ ଆଡ଼କୁ ଡଷ୍ଟର ଫିଙ୍ଗୁଥିଲେ ଯେ ଡଷ୍ଟର ଟେବୁଲ ଉପରେ ପଡି ମୋ ଆଖି ପତାରେ ବାଜିଲା ।

 ଏବେ ସାଗର ପ୍ରଶ୍ନ କଲା ଗୁରୁଜୀ ଏ ଜାତିର ସୃଷ୍ଟି କେଉଁଠୁ ? ଆପଣଙ୍କ ହାତ କାଟିଲେ ଲାଲ ରକ୍ତ ବାହାରୁଛି ଆମର ସେହି ଲାଲ ରକ୍ତ ।ଆପଣଂକୁ ଆଘାତ ଦେଲେ ଦରଜ ହୁଏ ,ଆମକୁ ମଧ୍ୟ ।ଆପଣ ବଂଚିବା ପାଇଁ ଖାଦ୍ୟ ଖାଆନ୍ତି ଆମେ ବି ଖାଉ ।ତେବେ ଆମେ ଅଛୁଆଁ କାହିଁକି ? ଆମକୁ ସମସ୍ତେ ଏତେ ନିଚ୍ଚ ଦୃଷ୍ଟିରେ ଦେଖନ୍ତି କାହିଁକି ? ଏତେ ଅଳ୍ପ ବୟସରେ ଏତେ ବଡ ବଡ ପ୍ରଶ୍ନର ଉତ୍ତର ବୋଧ ହୁଏ ପ୍ରଧାନ ଗୁରୁଜୀଙ୍କ ପାଖରେ ନ ଥିଲା । ତେଣୁ ସାଗର ର ଏପରି ପ୍ରଶ୍ନ ରେ ପ୍ରଧାନ ଗୁରୁଜୀ ବହୁତ ଖୁସି ହେଲେ ।ଆଉ ତା ଭିତରେ ଥିବା ଇଶୋରୀୟ ଶକ୍ତି କୁ ଦେଖି ପାରୁଥିଲେ ।ଶେଷରେ ଗୁରୁଜୀ କହିଗଲେ ତୁମେ ଭବିଷ୍ୟତ ରେ ଭଲ ମଣିଷ ସହ ବହୁତ ନାଁ ଅର୍ଜିଵ ।

    ସେଦିନ ସୂର୍ଯ୍ୟକାନ୍ତ ସାର ପୁଣି ସାଗର ପାଖକୁ ଆସିଲେ ।ଘରେ ନ କହିବାକୁ କହିଲେ ,ଆଉ ପୁଣି କହିଗଲେ ଯଦି ଘରେ କହିବୁ ତେବେ ପରୀକ୍ଷା ରେ ତୋତେ ଫେଲ କରିଦେବି । ସାଗର ସ୍କୁଲ ବାରଣ୍ଡାରେ ଗୋଡ଼ ଖସି ପଡ଼ିଲି ବୋଲି ଘରେ ମିଛ କହିଲା । 

     ସେହି ଦିନଠୁ ସାଗର ର ପଢ଼ାରେ ମିଶ୍ର ସାର ଆଖି ବୁଲାନ୍ତି ନାହିଁ ।କଣ ପଢେ କଣ ନ ପଢେ ସାର ଙ୍କୁ କିଛି ଫରକ ପଡେ ନାହିଁ ।କିନ୍ତୁ ସାଗର ଏକଲବ୍ୟ ଭଳି ପଛ ଵେଞ୍ଚ ରେ ବସି ପାଠରେ ସମ୍ପୂର୍ଣ୍ଣ ଏକାଗ୍ରତା ରଖିଥିଲା ।ହେଲେ ପରୀକ୍ଷା ରେ ଯେତେ ସଠିକ ଲେଖିଲେ ବି ଉଚିତ ନମ୍ବର ପାଉ ନଥିଲା ।ଶେଷରେ ଭଲ ନମ୍ବର ସହ ସ୍କୁଲ ଜୀବନ ଶେଷ କଲା ସତ କିନ୍ତୁ ତା ଗରିବତ୍ୱ ପାଇଁ ସେହିଠାରେ ପାଠରେ ଡୋରି ବାନ୍ଧିଲା ।କଥାରେ ଅଛି ନାରୀ ଜୀବନ ଚୁଲି ମୁଣ୍ଡକୁ , ସେହିପରି "ଗରିବ ଜୀଵନ ମାଟି ପଙ୍କ କୁ" ତେଣୁ ସାଗର ତା ବାପା ଙ୍କ କାର୍ଯ୍ୟ କୁ ନିଜ ବୃତ୍ତି ରୂପେ ଆପଣେଇଲା ।  

    ନିଜର କୌତିକ ବୃତ୍ତି କୁ ଆପଣେଇବା ର କୋଡିଏ ବର୍ଷ ବିତିଗଲାଣି ।ଯେବେ ସାଗର ଦୋକାନ କଡରେ ସ୍କୁଲ ପିଲା ଚାଲିଯାନ୍ତି ତାହାର ମନେପଡେ ବିଗତ ପିଲାଦିନ ,ସେହି ମିଶ୍ର ସାର ଙ୍କ କଥା ।ତଥାପି ସବୁକିଛି ଭୁଲି ନିଜ କାର୍ଯ୍ୟରେ ଲାଗିପଡ଼େ ।    

     ଆଜି ସକାଳୁ ଦୋକାନ ଖୋଲିବା ସମୟରେ ଗୋଟେ ଛୋଟ ପିଲା ର ଚିତ୍କାର ଶୁଣି ବୁଲି ଚାହିଁଲା ବେଳକୁ ଗୋଟେ ଅଜଣା ଗାଡି ସ୍କୁଲ ପିଲାକୁ ଧକ୍କା ଦେଇ କ୍ଷିପ୍ର ବେଗରେ ଚାଲିଗଲା । ଦୋକାନ ଖୋଲିବା ବଦଳରେ ପିଲାଟି ପାଖକୁ ଧାଇଁ ଗଲି ।ବିଚରା ପିଲାଟି ର ମୁଣ୍ଡ ଫାଟି ଧାର ଧାର ହେଇ ରକ୍ତ ବୋହି ଯାଉଥାଏ । କିଛି ନଭାବି ପିଲାଟିକୁ କୋଳକୁ ଉଠାଇ ପାଖ ଡାକ୍ତରଖାନାରେ ଭର୍ତ୍ତି କଲି ।ଡାକ୍ତର ମୋ ପିଲାଦିନର ସାଙ୍ଗ । ସେ କିଛି ପଚାରିବା ଆଗରୁ ତା ହାତ ଧରି ପିଲାଟି କୁ ବଞ୍ଚେଇଦେ କହିଲି ।କିଛି ସମୟ ପରେ ଡାକ୍ତର କହିଲେ ପିଲାଟି ପାଇଁ ରକ୍ତ ନିହାତି ଦରକାର ,ନଚେତ ବଞ୍ଚାଇବା ବହୁ କଷ୍ଟ କର ।ସାଗର ନିଜ ରକ୍ତ ନେବାକୁ ଡାକ୍ତର ଙ୍କୁ ଅନୁରୋଧ କଲା । ସାଗର ରକ୍ତ ସହ ପିଲାଟିର ରକ୍ତ ମିଶି ଯିବାରୁ ସାଗର ଠୁ ରକ୍ତ ନେଇ ପିଲାଟି ଦେହରେ ଲଗାଗଲା ।

ପିଲାଟିର ଘରେ କୌଣସି ସୂତ୍ରରୁ ଖବର ପହଁଚି ସାରିଥିଲା ।ତାଙ୍କ ପରିବାର ର ସମସ୍ତେ ସେହି ଡାକ୍ତରଖାନାରେ ପହଂଚିଲେ ପିଲାଟିର ଜେଜେ ବାପାଙ୍କୁ ଦେଖି ସାଗର ଭୟରେ ଖସିଯିବାକୁ ଚେଷ୍ଟା କଲା ସମୟରେ କେହିଜଣେ ତା ହାତକୁ ଟାଣି ଧରିଲା ।

ସାଗର ବୁଲିପଡ଼ି ଦେଖେ ତ ଡାକ୍ତର ତା ହାତ ଧରି କହୁଥିଲେ ସାଙ୍ଗ ତୋ ରକ୍ତ ପାଇଁ ସେ ପିଲାଟିର ଜୀଵନ ବଂଚିଗଲା ।

   ପୁତ୍ରହରା ଜେଜେବାପା ଡାକ୍ତରଙ୍କ ଠାରୁ ସବୁକଥା ଶୁଣି ବଂଶ ର ଏକମାତ୍ର ଉତ୍ତରାଧିକାରୀ ନାତିର ଜୀବନ ବଞ୍ଚାଇବା ଲୋକ ସ୍କୁଲ ଦିନର ଘୃଣିତ ତଥା ଅଛୁଆଁ ଛାତ୍ର 'ସାଗର' ଜାଣିବା ପରେ ନିଜକୁ ସେ ଛାତ୍ରର ଗୁରୁ ଭାବି ନା ଗର୍ଵ କରୁଥିଲେ ନା ନିଜ ନାତି ଦେହରେ ବୋହୁଥିବା ଅଛୁଆଁ ରକ୍ତକୁ ନିଜ ଅଶ୍ରୁରେ ଧୋଇ ବିଶୁଦ୍ଧ ପାରୁଥିଲେ ।


Rate this content
Log in

Similar oriya story from Abstract